ପୂଜା ପାଇଁ ପୋଲିସର ସୁରକ୍ଷା ବ୍ୟବସ୍ଥା କଡ଼ାକଡି, ୫ଟି ସ୍ଥାନରେ ହେବ ରାବଣ ପୋଡ଼ି

 ଭୁବନେଶ୍ୱର(କେନ୍ୟୁଜ୍): ପୂଜା ପାଇଁ ପୋଲିସର ସୁରକ୍ଷା ବ୍ୟବସ୍ଥା କଡ଼ାକଡି । ଭୁବନେଶ୍ୱରରେ ୧୭୯ଟି ମେଢ଼, ୧୬ଟି ଚାନ୍ଦି ମେଢ଼ ହୋଇଛି । ପୂଜା ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ୫ଟି ସ୍ଥାନରେ ରାବଣ ପୋଡ଼ି ହେବ । ଭାରିଯାନ ଉପରେ କଟକଣା ଜାରି କରାଯାଇଛି । ୨ହଜାର ସ୍ପେଶାଲ ପୋଲିସ ଅଫିସର ମୁତୟନ ହୋଇଛନ୍ତି । ରାତି ୧୨ଟା ଯାଏ ଚାଲିବ ମେଲୋଡ଼ି । କଟକରେ ୨୩୬ ମେଢ଼ ହୋଇଛି । କଟକରେ ୬୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । କଟକରେ ଭସାଣି ଚ୍ୟାଲେଞ୍ଜ ହୋଇପାରେ ବୋଲି ପୋଲିସ କମିଶନର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.