ରାଜ୍ୟ

ରାଜଧାନୀରେ ଭସାଣି ପାଇଁ ଗାଇଡଲାଇନ୍ ଜାରି, ଜାଣନ୍ତୁ କେଉଁ ରୁଟ୍ ରେ ଯିବେ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଭସାଣି ସମୟରେ ଯେଭଳି କୌଣସି ପ୍ରକାର ବିଶୃଙ୍ଖଳା ଦେଖାନଯାଏ ସମସ୍ତ କାର୍ଯ୍ୟକ୍ରମ ଯେମିତି ଶାନ୍ତିଶୃଙ୍ଖଳାର ସହ ସମାପନ ହୁଏ, ସେଥିପାଇଁ କମିସନରେଟ ପୁଲିସ ଅଣ୍ଟାଭିଡିଛି। ଏଥିପାଇଁ ଭସାଣି କାର୍ଯ୍ୟକ୍ରମ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।  ଭସାଣି ସମୟରେ ସାରା ସହରରେ ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ କଡାକଡି ହେବ। ଭୁବନେଶ୍ୱରରେ କାଲି ଅପରାହ୍ନ ୩ଟାରୁ ଭସାଣ ଆରମ୍ଭ ହେବେ ନେଇ ଗାଇଡଲାଇନ୍ ଜାରି କରାଯାଇଛି । ରାତି ୧ଟା କିମ୍ବା ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହନ କଟକଣା ରହିବ ।

ସେହିପରି ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୂପାଲି ଦେଇ ଯାନବାହନ ଯାଇପାରିବ ନାହିଁ । ବାଣୀବିହାରରୁ ସବୁ ଯାନବାହନ ଆଚାର୍ଯ୍ୟବିହାର ଦେଇ ଯିବ।
ଜନପଥ ରାସ୍ତାରେ ଯାନବାହନ ମନା, ସଚିବାଳୟ ରାସ୍ତା ଦେଇ ଗାଡି ଚଳାଚଳ କରିବ । ନୟାପଲ୍ଲୀ ଭସାଣ ପାଇଁ CRP ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ।
ଚନ୍ଦ୍ରଶେଖରପୁରରେ ଭସାଣ ବେଳେ କିଟ୍ ପଟୁ ନାଲକୋ ଛକ ଯିବା ମନା। ସେସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବବିହାର ଆଡେ ଯିବ ବୋଲି ଗାଇଡଲାଇନ୍ ଜାରି କରାଯାଇଛି। ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନ ଫାୟାର ଷ୍ଟେସନରୁ ଓଭର ବ୍ରିଜ୍‌ ଦେଇ ଯିବ । ଏହି ସବୁ ନିୟମକୁ ଖିଲାପ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ରହିବ ବୋଲି କମିସନରେଟ ପୋଲିସ ସୂଚନା ଦେଇଛି ।

Barsha

Recent Posts

ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ନିଷ୍ପତ୍ତି, ଚାଷୀଙ୍କ ପାଇଁ ଜାରି କଲେ ୨୦,୦୦୦ କୋଟି ଟଙ୍କା

ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପିଏମ୍‌ ନରେନ୍ଦ୍ର ମୋଦି ନିଜର ପ୍ରଥମ ନିଷ୍ପତ୍ତି…

14 mins ago

ଟି୨୦ ବିଶ୍ୱକପ ୨୦୨୪ : ପାକିସ୍ତାନ ହାରିବା ପରେ ମଇଦାନରେ କାନ୍ଦି ପକାଇଲେ ନସିମ, ରୋହିତ ଦେଲେ ସାନ୍ତ୍ୱନା

ଟି୨୦ ବିଶ୍ୱକପରେ ବିରାଟ କୋହଲଙ୍କୁ ନିଜ ପ୍ରଥମ ଓଭରରେ ଆଉଟ କରିବା ଦୁନିଆର ସମସ୍ତ ବୋଲରଙ୍କ ପାଇଁ ସ୍ୱପ୍ନ ।…

36 mins ago

କେବଳ ହାଡ଼ ନୁହେଁ, ମାଂସପେଶୀ ପାଇଁ ବି ହୁଏ ବ୍ୟାକ୍‌ ପେନ୍‌; ଜାଣନ୍ତୁ ଘରୋଇ ଚିକିତ୍ସା

ଆଜି କାଲି ଅଣ୍ଟା ପୀଡ଼ା ବା ବ୍ୟାକ୍‌ ପେନ୍‌ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । କେବଳ…

37 mins ago

ଆସନ୍ତାକାଲି ଘୋଷଣା ହେବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ, ଆଜି ଆସୁଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

ଆସନ୍ତାକାଲି କଳ୍ପନାଜଳ୍ପନାର ଅନ୍ତ ଘଟିବ। ଘୋଷଣା ହେବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ। ବିଜେପି ବିଧାୟକ ଦଳ ବୈଠକରେ ନାଁ…

51 mins ago

ଉତ୍ତର ପ୍ରଦେଶ: କାର୍‌ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା; ୪ ୟୁଟ୍ୟୁବର୍‌ଙ୍କ ମୃତ୍ୟୁ, ୨ ଆହତ

ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ କାର୍‌ ଓ ବୋଲେରୋ ମଧ୍ୟରେ…

59 mins ago

ମୁମ୍ବାଇରେ ମୌସୁମୀ ବର୍ଷା ରଚିଲା ତାଣ୍ଡବ, ରାସ୍ତାରେ ଭାସିଲା ଗାଡି, ୨ ମୃତ

ମହାରାଷ୍ଟ୍ରରେ ମୌସୁମୀ ବର୍ଷା ଲୋକଙ୍କୁ ଆଶ୍ୱସ୍ତି ଦେବା ପରିବର୍ତ୍ତେ ତାଣ୍ଡବ ରଚିଛି । ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା…

1 hour ago