କଟକରେ ହେବ ଦୁର୍ଗାପୂଜା, ଛୋଟ ଆକୃତିର ମୂର୍ତ୍ତି ନିର୍ମାଣ କରିବାକୁ ଅପିଲ କଲା ମହାନଗର ଶାନ୍ତି କମିଟି

କଟକ: କଟକରେ ହେବ ଦୁର୍ଗାପୂଜା। ମଣ୍ଡପ ଗୁଡିକରେ ଜନଗହଳି, ସମାବେଶ ହୋଇପାରିବ ନାହିଁ । ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ମୂର୍ତ୍ତି, ଫଟୋ ବା ଘଟ ଏହି ତିନି ପ୍ରକାରରୁ ଗୋଟିଏ ବାଛିବାକୁ ପୂଜା କମିଟିକୁ କୁହାଯାଇଛି । ଛୋଟ ଆକୃତିର ମୂର୍ତ୍ତି ନିର୍ମାଣ କରିବାକୁ ଅପିଲ କରିଛି ମହାନଗର ଶାନ୍ତି କମିଟି ।

ବିନା ଶୋଭାଯାତ୍ରାରେ ବିସର୍ଜନ କରିବାକୁ କହିଛି ଶାନ୍ତି କମିଟି । କଟକରେ ଦୁର୍ଗା ପୂଜା କେମିତି ହେବ ସେ ନେଇ ପୂଜା କମିଟିଙ୍କ ସହ ଆଲୋଚନା ଚାଲିଥିବା ସୂଚନା ଦେଇଛନ୍ତି, ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । କହିଛନ୍ତି, ମାଆଙ୍କ ପୂଜା ନେଇ ସହମତି ଭିତ୍ତିରେ ନିଷ୍ପତ୍ତି ନିଆଯିବ ।

ଏନେଇ ରାଜ୍ୟ ସରକାରଙ୍କ ସହିତ ମଧ୍ୟ ଆଲୋଚନା କରାଯିବ । ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଆଉ ୨-୩ ଦିନ ସମୟ ଲାଗିବ ବୋଲି ସେ କହିଛନ୍ତି । ସେହିପରି ଭୁବନେଶ୍ୱର ପୂଜାକମିଟି ଗୁଡ଼ିକ ସହ ମଧ୍ୟ ଆଲୋଚନା କରାଯିବ । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ । ଅନ୍ୟପଟେ ଦୁର୍ଗାପୂଜା ମୂର୍ତ୍ତି ନିର୍ମାଣ ପାଇଁ ହାଇକୋର୍ଟରେ ଆବେଦନ କରିଛି କଟକ ବାଲୁବଜାର ଦୁର୍ଗାପୂଜା କମିଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.