ମାଓବାଦୀ ହାତରେ ଅତ୍ୟାଧୁନିକ ଗନ୍ ? ସର୍ଚ୍ଚ ଅପରେସନ୍‌ ବେଳେ ସୁରକ୍ଷାବାହିନୀ ଉପରକୁ ଲାଇଟ୍‌ ମେସିନ୍‌ ଗନ୍‌ରୁ ଫାୟାର

କଳହାଣ୍ଡି(କେନ୍ୟୁଜ୍):ଲାଇଟ ମେସିନ୍‌ ଗନ୍‌ ବା LMGରୁ ଫାୟାର କଲେ ମାଓବାଦୀ । କଳାହାଣ୍ଡି ଜିଲ୍ଲା ରାମପୁର ଅଞ୍ଚଳରେ ସୁରକ୍ଷାବାହିନୀ-ମାଓବାଦୀ ମୁହାଁମୁହିଁ । ଏସ୍‌ଓଜି ଓ ଡିଭିଏଫ୍‌ ପକ୍ଷରୁ ରାମପୁର ଅଞ୍ଚଳରେ ଆଜି ସର୍ଚ୍ଚ ଅପରେସନ୍‌ ଚାଲିଥିବା ବେଳେ ମାଓବାଦୀ ଆକ୍ରମଣ କରିଥିଲେ । ଲାଇଟ୍‌ ମେସିନ୍‌ ଗନ୍‌ରୁ ମାଓବାଦୀମାନେ ଫାୟାର କରିଥିଲେ ।

 ପ୍ରତି ଆକ୍ରମଣରେ ସୁରକ୍ଷାବାହିନୀ AK-47ରୁ ଜବାବ ଦେଇଥିଲେ । ଏହାଛଡ଼ା ଗ୍ରେନେଡ୍‌ ଲଞ୍ଚରୁ ଫାୟାର କରିଥିଲେ । ଏହାପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ପ୍ରାୟ ୩୦ ମାଓବାଦୀ କ୍ୟାଡର ଆଡ୍ଡା ଜମାଇଥିଲେ ବୋଲି ଜଣାପଡ଼ିଛି ।

maoist

ସେମାନଙ୍କ ଭିତରେ ଅଛନ୍ତି ଟପ୍‌ ମାଓ ନେତା ନିଖିଲ, ବଣ୍ଟି, ଦାସରୁ ଓ ମମତା । ଘଟଣାସ୍ଥଳରୁ ୨ଟି ଆଇଇଡି, ଡେଟୋନେଟର ଜବତ ହୋଇଛି । ମାଓ ପୁସ୍ତିକା, ଛତା, ଗର୍ଭନିରୋଧକ ବଟିକା ଜବତ କରାଯାଇଛି । କଳାହାଣ୍ଡି ଏସ୍‌ପିଙ୍କ ନେତୃତ୍ୱରେ ଅପରେସନ୍‌ ହୋଇଥିଲା ।

Leave A Reply

Your email address will not be published.