ମାଲକାନଗିରି ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର , ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଜି ଜିଲ୍ଲାର DRDA ସମ୍ମିଳନୀ କକ୍ଷରେ ସବୁ ବିଭାଗୀୟ ଅଧିକାରୀଙ୍କ ସହ ରିଭ୍ୟୁ ମିଟିଂ କରିଥିଲେ ମୁଖ୍ୟ ଶାସନ ସଚିବ । ପାନୀୟ ଜଳ, ବିଦ୍ୟୁତ ,ବ୍ରିଜ, ରାସ୍ତା କାର୍ଯ୍ୟ କିଭଳି କାର୍ଯ୍ୟକାରୀ ହେଉଛି ତାକୁ ନେଇ ଆଲୋଚନା କରାଯାଇଛି । ସ୍ୱାଭିମାନ ଅଞ୍ଚଳରେ ସ୍ୱତନ୍ତ୍ର ପ୍ୟାକେଜ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଘୋଷଣା କରିଥିଲେ । ତେଣୁ ସ୍ୱାଭିମାନ ଅଞ୍ଚଳରେ ପାନୀୟ ଜଳ, ରାସ୍ତା, ବିଦ୍ୟୁତ, ଚାଷ ପାଇଁ ଜଳ ସେଚନ ଏବଂ ଲୋକଙ୍କୁ ରୋଜଗାରକ୍ଷମ କରିବା ଏସବୁ କିଭଳି କାର୍ଯ୍ୟ ସମ୍ପାଦନ କରାଯାଇଛି ତାକୁ ନେଇ ଗୁରୁତ୍ୱ ଦେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଏହି ସମସ୍ତ କାମ ଯେଭଳି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ ହେବ ତା ଉପରେ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାର ମୁଖ୍ୟ ସମସ୍ୟା ଗୁଡିକୁ ଦୂର କରିବାଜୁ ଅଧିକ ଫୋକସ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଜିଲ୍ଲାରେ ମେଗା ପାଇପ ସ୍କିମ କାର୍ଯ୍ୟ ଚାଲିଛି । ଆଗକୁ ଆହୁରି ୪ଟି ଟେଣ୍ଡର କରାଯିବ । ମାଲକାନଗିରି ଏୟାର ପୋର୍ଟର ଜମି ଅଧିଗ୍ରହଣ ସରିଛି । ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ହେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୨୦୨୪ ମାର୍ଚ୍ଚ ମାସ ଆଡ଼କୁ ଏୟାର ପୋର୍ଟ ଚାଲୁ ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.