ଯାଜପୁର ହରିଦାସପୁର ଷ୍ଟେସନରେ ଲାଇନଚ୍ୟୁତ ହେଲା ଦୂରନ୍ତ ଏକ୍ସପ୍ରେସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଯାଜପୁର(କେନ୍ଯୁଜ୍): ଟ୍ରାକରୁ ଖସିଲା ଟ୍ରେନ୍‌। ଯାଜପୁର ଜିଲ୍ଲା ହରିଦାସପୁର ଷ୍ଟେସନରେ ଲାଇନଚ୍ୟୁତ ହୋଇଛି ଦୂରନ୍ତ ଏକ୍ସପ୍ରେସ। ଫଳରେ ଏକ ବଡ ଦୁର୍ଘଟଣାରୁ ଅଲ୍ପକେ ବର୍ତ୍ତିଛନ୍ତି ଯାତ୍ରୀ।

ଟ୍ରେନ୍‌ଟି ଯଶୱନ୍ତପୁରରୁ ହାୱଡା ଯାଉଥିବାବେଳେ ହରିଦାସପୁରରେ ଷ୍ଟେସନରେ ଟ୍ରାକରୁ ଖସିଯାଇଥିଲା। ଫଳରେ ଟ୍ରେନ୍‌ର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି। ତେବେ କୌଣସି କ୍ଷତି ହୋଇନାହିଁ। ଲାଇନଚ୍ୟୁତ ଯୋଗୁ ଅନ୍ୟାନ୍ୟ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖୋର୍ଦ୍ଧା ରେଳ ଡିଭିଜନର ଆସିଷ୍ଟାଣ୍ଟ ସିକ୍ୟୁରିଟି କମିଶନର ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।

Leave A Reply

Your email address will not be published.