ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ : ବିଜେଡ଼ିରେ ଯୋଗ ଦେଲେ ଭବାନୀପାଟଣାର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ

ଭୁବନେଶ୍ବର : ରାଜଧାନୀ ରାସ୍ତାରେ କଳାହାଣ୍ଡିର ଘୁମୁରା ନାଚ। ଶୋଭାଯାତ୍ରାରେ ସମର୍ଥକଙ୍କ ସହ ବିଜେଡି କାର୍ଯ୍ୟାଳୟ ଆସିଥିଲେ ଭବାନୀପାଟଣାର ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାୟକ। ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ, ଦୁଷ୍ମନ୍ତ। ସେ ୨୦୦୯ରେ ବିଧାୟକ ଥିଲେ। ତାଙ୍କ ସହ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ବେହେରା, ୨୨ଜଣ ସରପଞ୍ଚ, ୯ ଜଣ ସମିତି ସଭ୍ୟଙ୍କ ସହ ଭବାନୀପାଟଣା ଓ କେସିଙ୍ଗା ଏନଏସିର ବହୁ କାଉନସିଲର ବିଜେଡିରେ ଯୋଗ ଦେଇଛନ୍ତି। ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ, କଳାହାଣ୍ଡି ଜିଲ୍ଲାର ସମସ୍ତ ଦଳୀୟ ବିଧାୟକ, ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ସମେତ ଭୁବନେଶ୍ୱର ମେୟର।

ପିସିସି ସଭାପତି କହିଛନ୍ତି, ଜଣେ ଦଳ ଛାଡ଼ିଲେ କଂଗ୍ରେସ ଦୁର୍ବଳ ହୋଇଯିବନି। ଲୋକଙ୍କ ଆସ୍ଥା ଉପରେ କଂଗ୍ରେସ ପ୍ରତିଷ୍ଠା ହୋଇଛି। କଂଗ୍ରେସ ଦଳରେ ମଧ୍ୟ ଅନ୍ୟ ଦଳର ନେତା ଆସି ଯୋଗ ଦେଇଛନ୍ତି। ଯିଏ ଦଳ ଛାଡ଼ୁଛି ନିଜ ସ୍ୱାର୍ଥରେ ଦଳ ଛାଡ଼ୁଛନ୍ତି।

କଂଗ୍ରେସରୁ ବିଜେଡି ଓ ବିଜେପିକୁ ପଳାୟନ ଜାରି ରହିଛି। ଅବଶ୍ୟ ନିରଞ୍ଜନ ପଟ୍ଟନାୟକ ପିସିସି ଦାୟିତ୍ୱ ନେବାଠାରୁ, ଏହା କମିଛି। କିନ୍ତୁ ସଂପୂର୍ଣ୍ଣ ଥମି ନାହିଁ।

Leave A Reply

Your email address will not be published.