Categories: ରାଜ୍ୟ

ପୁରୀ: ଦଶହରା ପାଳନକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ ଓ ବିବାଦ, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ପାଞ୍ଜି ଗଣନାକାରୀଙ୍କ ଅସନ୍ତୋଷ

ପୁରୀ(କେନ୍ୟୁଜ୍): ଶ୍ରୀକ୍ଷେତ୍ର ସହ ସମଗ୍ର ଓଡ଼ିଶାରେ ଦଶହରା ପାଳନକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ ଓ ବିବାଦ। ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ମହାସଭା ସ୍ୱୀକୃତ ପାଞ୍ଜି ଅନୁସାରେ ଦେବୀ ପୀଠରେ ଅକ୍ଟୋବର ୭ତାରିଖରେ ଓ ଶ୍ରମନ୍ଦିର ଏବଂ ମୃଣ୍ମୟୀ ଦେବୀଙ୍କର ୮ତାରିଖରେ ଦଶହରା ପାଳନ ହେବ। ୮ତାରିଖ ଅପରାହ୍‌ଣ ୨ଟା ୫୦ମିନିଟ ପର୍ଯ୍ୟନ୍ତ ଦଶମୀ ତିଥି ରହିଛି। ଅପରାଜିତା ପୂଜା କରୁଥିବା ବ୍ୟକ୍ତି ରାଶି ଓ ନକ୍ଷତ୍ର ଅନୁସାରେ ଅଭିଜିତ ନକ୍ଷତ୍ରରେ ୭ତାରିଖ ଦିନ ଓ ଅନୁକୂଳ କାର୍ଯ୍ୟ କରୁଥିବା ବ୍ୟକ୍ତି ୮ତାରିଖ ଦିନ ଦଶହରା ପାଳନ କରିବେ ବୋଲି ପାଞ୍ଜିରେ ଉଲ୍ଲେଖ ରହିଛି। ତେବେ ଶାସ୍ତ୍ର ଅନୁଯାୟୀ ଅକ୍ଟୋବର ୭ତାରିଖରେ ଦଶହରା ପାଳନ କରିବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭାର ପୂର୍ବତନ ଉପସଭାପତି କହିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏଥିରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ପାଞ୍ଜି ଗଣନାକାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭବିଷ୍ୟତରେ ଏହାର ପୁନରାବୃତ୍ତି ନହେବାକୁ ପରାମର୍ଶ ଦେଇଛନ୍ତି।

 

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

15 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago