କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର (କେନ୍ୟୁଜ୍) : କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ସମ୍ବର୍ଦ୍ଧନା। କିଟ ଓ କିସ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତ ଦୂତୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତାସହ କିଟ ଓ କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୂତି ଚାନ୍ଦ ଆଥଲେଟିକ୍ ଗ୍ରାଉଣ୍ଡ ନିର୍ମାଣ ପାଇଁ ଘୋଷଣା କରିଛନ୍ତି ଡକ୍ଟର ସାମନ୍ତ। କାର‌୍ୟ୍ୟକ୍ରମରେ ଉପସ୍ଥିତ ଥିଲେ କିଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଶିକେଶ ମହାନ୍ତି, ରେଜିଷ୍ଟ୍ରାର ପ୍ରଫେସର ସସ୍ମିତା ସାମନ୍ତ, ଦୂତିଙ୍କ କୋଚ୍ ଏନ୍. ରମେଶଙ୍କ ସହ ବିଶ୍ୱବିଦ୍ୟାଳୟର ବହୁ କର୍ମଚାରୀ। ଇଟାଲିର ନାପୋଲି ବିଶ୍ୱ ବିଦ୍ୟାବିଦ୍ୟାଳୟ କ୍ରୀଡାର ଶହେ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଦୂତି । ପ୍ରଥମ ଭରତୀୟ ମହିଳା ଭାବରେ ସେ ଏହି ସଫଳତା ହାସଲ କରିଛନ୍ତି। ବର୍ତ୍ତମାନ ଦୂତି କିଟ ବିଶ୍ୱବିଦ୍ୟାଳୟର ଆଇନ ବିଭାଗ ଛାତ୍ରୀ।

Leave A Reply

Your email address will not be published.