ଦୂତୀ ୨୦୦ ମିଟର ଫାଇନାଲରେ, ହିମା ଫେଲ୍

ନୂଆଦିଲ୍ଲୀ : ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ବିଜୟ ବାନା ଉଡ଼ାଇ ଚାଲିଛନ୍ତି ଓଡ଼ିଆ ଧାବିକା ଦୂତୀ ଚାନ୍ଦ । ସେ ମହିଳା ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିବା ପରେ ଆଜି ସେମିଫାନାଲରେ ଜିତି ୨୦୦ ମିଟର ଦୌଡ଼ ଫାଇନାଲରେ ପହଞ୍ଚିଛନ୍ତି । କିଟ୍ ଛାତ୍ରୀ ଦୂତୀ ୨୩ ସେକେଣ୍ଡ ସମୟ ନେଇ ସେମିଫାଇନାଲରେ ବିଜୟୀ ହୋଇଛନ୍ତି । ତେବେ ଦୂତୀଙ୍କ ପରେ ସମସ୍ତଙ୍କ ନଜରରେ ଥିବା ଯୁବା ଆଥଲେଟ୍ ହିମା ଦାସ କିନ୍ତୁ ଫେଲ୍ ମାରିଛନ୍ତି । ଫଲ୍ସ ଷ୍ଟାର୍ଟ ଯୋଗୁଁ ୨୦୦ ମିଟର ସେମିଫାଇନାଲରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି ହିମା ।