ମୁମ୍ବାଇ କୋଲକତା ୪୯ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ନିକଟ ଦ୍ୱାରଶୁଣି ଘାଟି ରାସ୍ତା ପାଲଟିଛି ଡେଥ୍ ଜୋନ
ମୁମ୍ବାଇ କଲକତା ୪୯ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ନିକଟ ଦ୍ୱାରଶୁଣି ଘାଟି ବା ବାବନ ଘାଟି ରାସ୍ତା ପାଲଟିଛି ଡେଥ୍ ଜୋନ ।ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଲାଣି।ଘାଟି ରାସ୍ତା ପାରି ହେବା ପର୍ଯ୍ୟନ୍ତ ସମସ୍ତେ ସଂଶୟ ମଧ୍ଯରେ ଗତି କରୁଛନ୍ତି ।

ବାଙ୍ଗରିପୋଷି(କେନ୍ୟୁଜ) : ମୁମ୍ବାଇ କୋଲକତା ୪୯ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ନିକଟ ଦ୍ୱାରଶୁଣି ଘାଟି ବା ବାବନ ଘାଟି ରାସ୍ତା ପାଲଟିଛି ଡେଥ୍ ଜୋନ । ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଲାଣି।ଘାଟି ରାସ୍ତା ପାରି ହେବା ପର୍ଯ୍ୟନ୍ତ ସମସ୍ତେ ଭୟ ମଧ୍ଯରେ ଗତି କରୁଛନ୍ତି ।
ସୂଚନା ଅଧିକାର ଆଇନ ବଳ ରେ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୪ମସିହା ରୁ ୨୦୨୦ଅକ୍ଟୋବର ପର୍ଯ୍ୟନ୍ତଘାଟି ରାସ୍ତା ରେ ୯୦ ଟି ଦୁର୍ଘଟଣା ଘଟି ଥିବା ବେଳେ,୪୪ଜଣଙ୍କ ପ୍ରାଣହାନୀ ଘଟିଛି ଏବଂ ୬୩ଜଣ ଗୁରୁତ୍ତର ହେଇଛନ୍ତି।ଛୋଟ ବଡ଼ ମୋଟ ୯୦ଟି ଗାଡି ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି। ସେହିପରି ଯଦି ୨୦୨୩ ମସିହା ରେ ଜାନୁଆରୀ ଠାରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଦେଖାଯାଏ ତେବେ ୭୦ଗୋଟି ଦୁର୍ଘଟଣାରେ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୨ଜଣ ଆହତ ଓ ୨୫ଜଣ ଭିନ୍ନକ୍ଷମ ହୋଇଛନ୍ତି ।
ଏହି ଦ୍ୱାରଶୁଣି ଘାଟିଟି ଶିମିଳିପାଳ ଜୈବ ମଣ୍ଡଳ ଭିତରେ ଯାଉଥିବାରୁ ରାସ୍ତା ସମ୍ପ୍ରସାରଣରେ ବାଧା ଉପୁଜୁଛି। ରାସ୍ତା ସମ୍ପ୍ରସାରଣ ପାଇଁ ସ୍ଥାନୀୟ ବିଧାୟକ ତଥା ରାଜସ୍ବ ମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ ଙ୍କୁ ଅନେକ ଥର ଅବଗତ କରାଯାଇଥିଲେ ବି କିଛି ଲାଭ ହେଇ ନାହିଁ। ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥ୍ବା ବେଳେ ଘାଟି ରାସ୍ତା ସମ୍ପସାରଣ କାର୍ଯ୍ୟ ହେଉନଥିବା ପ୍ରତିବାଦରେ ବାଙ୍ଗିରିପୋଷି ସଚେତନ ନାଗରିକମଞ୍ଚ/ବିଭିନ୍ନ ସଙ୍ଗଠନ ପକ୍ଷରୁ ୪୯ ନମ୍ବରଜାତୀୟ ରାଜପଥ(ଏନ୍ଏଚ୍)କୁ ବହୁବାର ବନ୍ଦ କରି ପ୍ରତିବାଦ କରା ଯାଇଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ଲାଭ ନାହିଁ। । ଘାଟି ରାସ୍ତା ନିର୍ମାଣରେ ତ୍ରୁଟି ହେଉ ଅଥବା ଚାଳକଙ୍କର ଅବହେଳା ହେଉ ଦୁର୍ଘଟଣା ଘଟିବା ସହିତ ଜନ ଜୀବନ କ୍ଷୟକ୍ଷତି ହେଉଛି ସତ। ଦିନକୁ ଦିନ ଏହି ଘାଟି ରାସ୍ତାରେ ଧନ ଜୀବନ କ୍ଷତି ହେଉଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଆଗକୁ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ପ୍ରଶାସନ କି ପ୍ରକାର ପଦକ୍ଷେପ ନେଉଛି ।