ଅଚଳ ହୋଇପଡ଼ିଛି ATM, ତୁରନ୍ତ ଠିକ୍ କରିବା ପାଇଁ ଦାବି କରିଛନ୍ତି ଲୋକେ

ସାଲେପୁର : ଛକରେ ରହିଛି ATM । କିନ୍ତୁ ଉଠୁନି ଟଙ୍କା । ATM ଅଚଳ ଯୋଗୁଁ ଲୋକମାନେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଘଟଣା ହେଉଛି ସାଲେପୁର ଅଞ୍ଚଳର । ସାଲେପୁରରେ ବିଭିନ୍ନ ସ୍ଥାନରେ ଥିବା ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କର ଏଟି ଏମ ଗୁଡ଼ିକ ଅଚଳ ରହିଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି ।
କଟକ ସାଲେପୁର ମୁଖ୍ୟ ରାସ୍ତା ର ପାଗା ବଜାର ଠାରେ ଥିବା ତିନି ଗୋଟି ଏ ଟି ଏମ ବର୍ଷ ବର୍ଷ ଧରି ଅଚଳ ହୋଇ ପଡ଼ିଛି । କାହାର ସଟର ତାଲା ପଡ଼ିଛି ତ ଆଉ କୋଉଠି ATM ମୁକୁଳା ପଡ଼ିଛି କିନ୍ତୁ ମେସିନ ଅଚଳ । ଯାହା ଫଳରେ ବ୍ୟବସାୟୀ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଟଙ୍କା ଉଠାଣ ନିମନ୍ତେ ସମସ୍ୟା ଭୋଗୁଛନ୍ତି । ବ୍ୟାଙ୍କ ଏ ଟି ଏମ ଚାର୍ଜ ଗ୍ରାହକ ମାନଙ୍କ ଠାରୁ ନେଉ ଥିବା ବେଳେ ଏ ଟିଏମ କିନ୍ତୁ ଅଚଳ । ଯଦି ଏହାକୁ କାର୍ଯ୍ୟକ୍ଷମ କରା ନ ଯାଏ ତେବେ ବ୍ୟାଙ୍କ ଆଗରେ ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଲୋକେ ।