ବ୍ରହ୍ମପୁରର ଡେପୁଟି ମେୟର ହେଲେ ଇ. ବିବେକ ରେଡ୍ଡି

ବ୍ରହ୍ମପୁର(କେନ୍ୟୁଜ୍):   ଇ. ବିବେକ ରେଡ୍ଡି ହେଲେ ବ୍ରହ୍ମପୁରର ଡେପୁଟି ମେୟର । ୪୨ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ବିବେକ ରେଡ୍ଡି ଡେପୁଟି ମେୟର ନିର୍ବାଚିତ ହୋଇଛନ୍ତି । ଇ.ବିବେକ୍‌ ରେଡ୍ଡି ୩୪ଟି ଭୋଟ୍‌ ପାଇଥିବା ବେଳେ ୨୧ ନମ୍ବର ୱାର୍ଡର ବିଜେପି କର୍ପୋରେଟର ଡି. କରୁଣାକର ୭ଟି ଭୋଟ୍‌ ପାଇଥିଲେ । ବ୍ରହ୍ମପୁର ମହାନଗର ନିଗମର ୪୨ଟି ୱାର୍ଡ ମଧ୍ୟରୁ ବିଜେଡି ୩୦ଟି, ବିଜେପି ୭ଟି, ସ୍ୱାଧୀନ ୪ଟି ଓ କଂଗ୍ରେସ ଗୋଟିଏ ୱାର୍ଡରେ ବିଜୟ ଲାଭ କରିଥିଲା ।

ଡେପୁଟି ମେୟର ନିର୍ବାଚନରେ ବିଜେଡିର ସମସ୍ତ ୩୦ଟି କର୍ପୋରେଟର ମତଦାନ କରିଥିବା ବେଳେ ସ୍ୱାଧିନରୁ ୩ଟି ଓ ଅନ୍ୟ ଦଳରୁ ଗୋଟିଏ ଭୋଟ ସହ ବିଜେଡି ୩୪ଟି ଭୋଟ ପାଇଥିବା ବେଳେ ବିଜେପିର ଦଳୀୟ ୭ ପ୍ରାର୍ଥୀ ମତଦାନ କରଥିଲେ । ଜଣେ ସ୍ୱାଧିନ କର୍ପୋରେଟର ଭୋଟରେ ଅଂଶ ଗ୍ରହଣ କରିନଥିଲେ ।

 

Leave A Reply

Your email address will not be published.