ଆଜିଠୁ ବ୍ରହ୍ମପୁର ରେଳ ଷ୍ଟେସନ୍‌ରୁ ଗଡ଼ିବ ପ୍ରଥମ ବନ୍ଦେ ଭାରତ, ବ୍ରହ୍ମପୁର – ଟାଟାନଗର ମଧ୍ୟରେ କରିବ ଚଳାଚଳ

ବ୍ରହ୍ମପୁର: ବ୍ରହ୍ମପୁରକୁ ଦଶହରା ଭେଟି ।  ଆଜିଠାରୁ ଗଡ଼ିବ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ।  ବ୍ରହ୍ମପୁର ରେଳ ଷ୍ଟେସନରୁ ଗଡ଼ିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ।  ବ୍ରହ୍ମପୁର-ଟାଟାନଗର ମଧ୍ୟରେ ଏହି ଟ୍ରେନ ଚଳାଚଳ କରିବ ।  ଆଜି ପୂର୍ବାହ୍ଣ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିସି ଜରିଆରେ ଏହି ଟ୍ରେନ୍‌ର ଶୁଭାରମ୍ଭ କରିବେ ।  ଏହି ଅବସରରେ ବ୍ରହ୍ମପୁର ରେଳଷ୍ଟେସନ୍‌ ୪ନମ୍ବର ପ୍ଲାଟ୍‌ଫର୍ମ ବାହାରେ ଏକ ସାଧାରଣସଭା ଆୟୋଜନ କରାଯିବ ।  ସଭାରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ସେ ଜନସାଧାରଣଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।   ଉତ୍ସବରେ ଅନ୍ୟତମ ଅତିଥି ଭାବେ ଇସ୍ପାତ, ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ଯୋଗ ଦେବେ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଆଜି ବ୍ରହ୍ମପୁର ସାଂସଦ, ବିଧାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଉପଜିଲ୍ଲାପାଳ ଧୀନା ଦସ୍ତାଗିର, ବ୍ରହ୍ମପୁର ଏସ୍‌ପି ଦାୟିତ୍ବରେ ଥିବା ଡିଆଇଜି ଡା. ସାର୍ଥକ ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ରେଳଷ୍ଟେସନ୍‌ ପରିଦର୍ଶନ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like