ଭୁବନେଶ୍ୱରରେ ଗଡ଼ିବ ଇ-ବସ୍ ଓ ଇ-ରିକ୍ସା , ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ୍

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ କାଲିଠୁ ଚାଲିବ ଇ-ବସ୍‌ । ମୋ ବସ୍‌ର ସଫଳତା ପରେ ଇ-ବସ୍‌ ସେବା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ୍‌ ଚାଲିବ । ଶୁକ୍ରବାର ସନ୍ଧ୍ୟାରେ ଇ-ବସ୍‌ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇ-ବସ୍‌ ସହ ଇ-ରିକ୍ସା ମଧ୍ୟ ଚାଲିବ ବୋଲି ମୋ ବସ୍‌ ପରିଚାଳନା ସଂସ୍ଥା କ୍ରୁଟ୍‌ ପକ୍ଷରୁ କୁହଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଚାଲିବାକୁ ଥିବା ୧୦ଟି ଇ-ବସ୍‌ ୨ମାସ ହେଲା ଭୁବନେଶ୍ୱରରେ ପହଂଚିସାରିଥିବାବେଳେ ଟ୍ରାଏଲ ରନ୍‌ ଜାରି ରହିଲା ।

ଏହାସହ ୧୦ଟି ବସ୍‌ର ଚାଳନା ପାଇଁ ‘ମୋ ବସ୍‌’ର ସ୍ୱତନ୍ତ୍ର କ୍ୟାପଟେନଙ୍କୁ ଚୟନ କରାଯାଇ ତାଲିମ୍‌ ପ୍ରଦାନ କରାଯାଇଛି। ଖୁବଶୀଘ୍ର ଆଉ ୪୦ଟି ବସ୍‌ ଯୋଡିହୋଇ ମୋଟ ୫୦ଟି ଇ-ବସ୍‌ ଚାଲିବ । ଇ-ବସ୍‌ ସେବା ସହ ମୋ ଇ-ରାଇଡ୍‌ ମଧ୍ୟ ଆରମ୍ଭ ହେବ । ଏହି ସେବାରେ ଲୋକମାନେ ଇ-ରିକ୍ସା ଜରିଆରେ ମୋ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ବସ୍‌ ଧରି ଗନ୍ତବ୍ୟସ୍ଥଳକୁ ଯାଇପାରିବେ ।

ମୁଖ୍ୟ ରାସ୍ତାରେ ମୋ ବସ୍‌ ସେବା ଦେଉଥିବା ବେଳେ ଗଳିରେ ଇ-ରିକ୍ସା ଚାଲିବ । ବସ୍‌ରୁ ଓହ୍ଲାଇବା ପରେ ଘର ପର୍ଯ୍ୟନ୍ତ ଯିବାକୁ ଇ-ରିକ୍ସା ସେବା ଯୋଗାଇବ । ଏଥିରେ ୩ କିମି ରାସ୍ତା ଯିବାକୁ ୧୦ ଟଙ୍କା ରଖାଯାଇଛି । ଏହାଦ୍ୱାରା ସାଧାରଣ ଯାତ୍ରୀ ଲାଭ ପାଇବେ ।ବର୍ତ୍ତମାନ ଇ-ବସ୍‌ ପାଇଁ ଚନ୍ଦ୍ରଶେଖରପୁରରେ ଗୋଟିଏ ଚାର୍ଜିଂ ଷ୍ଟେସନ ଏବଂ ଇ-ରିକ୍ସା ପାଇଁ ଘାଟିକିଆ ଏବଂ ପୋଖରୀପୁଟରେ ଚାର୍ଜିଂ ଷ୍ଟେସନ ରହିଛି ।

ଆଗକୁ ଆହୁରି ଚାର୍ଜିଂ ଷ୍ଟେସନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଥରେ ଚାର୍ଜିଂ ହେଲେ ବସ୍‌ ୧୨୦ କିିମି ଚାଲିବାର କ୍ଷମତା ରହିଛି । ଇ-ବସ୍‌ ଚାଲିବା ଦ୍ୱାରା ପେଟ୍ରୋଲ ବଞ୍ଚିବ । ଏହା ସହ ପରିବେଶ ଉପରେ ମଧ୍ୟ ପ୍ରଭାବ ପଡିବ ନାହିଁ । ତେଣୁ କ୍ରୁଟ ପକ୍ଷରୁ ଭୁବନେଶ୍ୱରରେ ଇ-ବସ୍‌ ସେବା ଆରମ୍ଭ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.