ଲୋକସେବା ଭବନରେ ଇ-ରିସିପ୍ଟ ୨.୦ର ଶୁଭାରମ୍ଭ, ଏଣିକି ସହଜ ହେବ ଟିକସ ପଇଠ

ଭୁବନେଶ୍ୱର(କେ ନ୍ୟୁଜ): ଲୋକସେବା ଭବନରେ ଇ-ରିସିପ୍ଟ ୨.୦ର ଶୁଭାରମ୍ଭ ହେଲା । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଇଲେକ୍ଟ୍ରୋନିକ ମାଧ୍ୟମରେ ସରକାରୀ ବକେୟା ଓ ଟିକସ ପଇଠ ସହଜ ହେବ ବୋଲି ଜଣାଯାଇଛି । ଏଥିପାଇଁ ଓଡ଼ିଶା ଟ୍ରେଜେରୀ ପୋର୍ଟାଲ ସହ ଇଣ୍ଡିଆନ ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ଏହାଦ୍ୱାରା ଦୁଇ ବ୍ୟାଙ୍କ ମଧ୍ୟରେ ସରକାରୀ ଟିକସ ଦେଣନେଣ ଆଗ ଅପେକ୍ଷା ସହଜ ହେବ । ଏଥିରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ପ୍ରମୁଖ ଅର୍ଥ ସଚିବ ବିଶାଲ ଦେବ ଏବଂ ଦୁଇ ବ୍ୟାଙ୍କର ବରିଷ୍ଠ ଅଧିକାରୀ ସାମିଲ ହୋଇଥିବା ନେଇ ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.