ଦେଶୀ କାଙ୍କଡ ଚାଷ କରି ରୋଜଗାର କରନ୍ତୁ ଗୋଟିଏ ଏକର ଜମିରୁ ବର୍ଷକୁ ତିନି ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ କରୁଛନ୍ତି ସଫଳ ଚାଷୀ ଉଦ୍ଧବ

ଗଞ୍ଜାମ(କେନ୍ୟୁଜ୍‌): ଦେଶୀ କାଙ୍କଡ ଖାଇବାକୁ ଅନେକଙ୍କ ଇଛା ରହିଥାଏ । ବଜାରରେ ମଧ୍ୟ ଏହାର ଦର ଅଧିକ, ମାନେ କେଜି ଶହେ ଉପରକୁ । ପୂର୍ବରୁ ଜଙ୍ଗଲ ଓ ପାହାଡ ପରିବେଶ ମଧ୍ୟରେ କାଙ୍କଡ ହେଉଥିଲା । ଜୁଲାଇ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ବଜାରକୁ ବିକ୍ରି ପାଇଁ ଆସୁଥିବା ବେଳେ ଏବେ କିଛି ବ୍ୟବସାୟୀ ଚାଷ କରିବା ଆରମ୍ଭ କରିଛନ୍ତି । ଏମାନଙ୍କ ମଧ୍ୟରୁ ଗଂଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ବାଲିପଡା ଗାଁର ଚାଷୀ ଉଦ୍ଧବ ପାତ୍ର ଅନ୍ୟତମ ।

kankada1ପ୍ରଥମରୁ ଗୋଟିଏ ଭରଣରୁ ଚାଷ ଆରମ୍ଭ କରିଥିବା ଉଦ୍ଧବ ପାତ୍ର ଏବେ ପାଞ୍ଚ ଏକର ଜମିରେ କରିଛନ୍ତି କାଙ୍କଡ ଚାଷ । ଏକର ଜମିରୁ ତିନି ଲକ୍ଷ ଟଙ୍କା ରୋଜଗାର କରିହେବ ବୋଲି କହିଛନ୍ତି ଉଦ୍ଧବ।