ସଂଧ୍ୟା ୮ଟା୩୦ ମିନିଟରୁ ୯ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅନ୍ଧକାର ରହିଲା କିଟ୍‌ ଓ କିସ୍‌, ପାଳନ ଛାତ୍ରଛାତ୍ରୀ ପାଳନ କଲେ ଆର୍ଥ ଆୱାର

ଶକ୍ତି ଅପଚୟ ରୋକିବାକୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ କିଟ୍‌ରେ ପ୍ରତିବର୍ଷ ପାଳନ ଆର୍ଥ ଆୱାର୍‌ ଦିବସ ପାଳନ କରାଯାଇଥାଏ।

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରର କିଟ୍‌ ଓ କିସ୍‌ରେ ମଧ୍ୟ ଆର୍ଥ ଆୱାର ଦିବସ ପାଳିତ ହୋଇଛି। ଏହି ଉପଲକ୍ଷେ କିଟ୍‌, କିସ୍‌, କିମ୍‌ସ ଓ କିଟ୍‌ ଶିକ୍ଷାନୁଷ୍ଠାନ ସମୂହର ସମସ୍ତ କ୍ୟାମ୍ପସରେ ସଂଧ୍ୟା ୮ଟା୩୦ ମିନିଟରୁ ୯ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଏକ ଘଣ୍ଟା କାଳ ବିଦ୍ୟୁତ ଉପଯୋଗ ବନ୍ଦ ରହିଥିଲା। କିଟ୍‌ର ସମସ୍ତ କ୍ୟାମ୍ପସ ଅନ୍ଧକାରରେ ରହିଥିବା ଦେଖାଯାଇଥିଲା।

ଶକ୍ତି ଅପଚୟ ରୋକିବାକୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ କିଟ୍‌ରେ ପ୍ରତିବର୍ଷ ପାଳନ ଆର୍ଥ ଆୱାର୍‌ ଦିବସ ପାଳନ କରାଯାଇଥାଏ। ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ମଧ୍ୟ ଏହାକୁ ସମର୍ଥନ କରି ଆଜି ନିଜ ନିଜ ହଷ୍ଟେଲ ରୁମ୍‌ ଓ କାର୍ଯ୍ୟାଳୟରେ ଆଲୋକ ଓ ଫ୍ୟାନ୍‌ ଆଦିର ସୁଇଚ୍‌ ବନ୍ଦ ରଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.