ବିଳମ୍ବିତ ରାତିରେ ମୟୂରଭଞ୍ଜରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ

ମୟୂରଭଞ୍ଜ: ମୟୂରଭଞ୍ଜରେ ଭୂକମ୍ପ ଝଟ୍‌କା। ବିଳମ୍ବିତ ରାତି ୨ଟା ୧୩ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୩.୯। ଏନେଇ ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ପକ୍ଷରୁ ସୂଚନା ମିଳିଛି।ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ।

ତେବେ ଭୂକମ୍ପନ ଅନୁଭୂତ ହେବା ପରେ ପରେ ଲୋକେ ଆତଙ୍କିତ ହୋଇ ଘରୁ ବାହାରି ଆସି ଶଙ୍ଖ ବଜାଇବା ସହ ହୁଳହୁଳି ପକାଇଥିବା ଜଣାପଡିଛି। ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ମୋବାଇଲ୍‌ ନେଟ୍‌ଓ୍ଵାର୍କ କାମ କରି ନଥିବା କିଛି ବ୍ୟକ୍ତି ଦାବି କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like