ପୁରୀରେ ଭୂକମ୍ପ ଗୁଜବ, ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୌଣସି ସୂଚନା ନାହିଁ

ପୁରୀ: ପୁରୀରେ ଭୂକମ୍ପ ଗୁଜବ । ଆଜି ସକାଳେ ପୁରୀରେ ୪.୭ ତୀବ୍ରତାରେ ଭୂକମ୍ପ ନେଇ କିଛି ଗଣମାଧ୍ୟମରେ ହୋଇଥିଲା ଜୋରଦାର ଚର୍ଚ୍ଚା । କିନ୍ତୁ ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଆଜି କେବଳ ଦିଲ୍ଲୀ ଓ ବିହାରରେ ଭୂକମ୍ପ ହୋଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ହେଲେ ପୁରୀରେ ଭୂକମ୍ପ ନେଇ ବିନ୍ଦୁ ବିସର୍ଗ ସୂଚନା ନାହିଁ । ପ୍ରଶ୍ନ ହେଉଛି ଏଭଳି ଗୁଜବ କିଏ କଲା ? ବିଭିନ୍ନ ପ୍ରତିଷ୍ଠିତ ଭୂବିଜ୍ଞାନୀଙ୍କ ସହ ଯୋଗଯୋଗ କରାଯାଇଥିଲା । ହେଲେ ପୁରୀରେ ଭୂକମ୍ପ ହେବା ନେଇ କିଛି ସ୍ପଷ୍ଟ ସୂଚନା ନାହିଁ ଅର୍ଥାତ ଏହା ସମ୍ପର୍କ ଭାବେ ଗୁଜବ ଥିଲା ।
Also read: ଦିଲ୍ଲୀରେ ଭୂକମ୍ପର ବଡ଼ ଧରଣର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୪.୦