ରାଜ୍ୟ

ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ-ECଙ୍କ ପ୍ରସ୍ତୁତି ଆରମ୍ଭ

ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ-ECଙ୍କ ପ୍ରସ୍ତୁତି ଆରମ୍ଭ । ରାଜ୍ୟ ମୁଖ୍ୟ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନଙ୍କ ବରିଷ୍ଠ ପ୍ରମୁଖ ସଚିବ ନରେନ୍ଦ୍ର ବୁଖଟୋଲିଆ ଚିଠି ଲେଖିଛନ୍ତି । ନିର୍ବାଚନ ପରିଚାଳନାରେ କେଉଁ କେଉଁ ଅଫିସର ନିୟୋଜିତ ରହିବେ , କେଉଁମାନଙ୍କର ବଦଳି ଆବଶ୍ୟକ ସେନେଇ ଚିଠିରେ ବିସ୍ତୃତ ଉଲ୍ଲେଖ ରହିଛି । ନିର୍ବାଚନରେ ନିୟୋଜିତ କୌଣସି ଅଧିକାରୀ ନିଜ ଜିଲ୍ଲାରେ ଅବସ୍ଥାପିତ ହୋଇପାରିବେ ନାହିଁ ।

ଏହାଛଡ଼ା ଗୋଟିଏ ସ୍ଥାନରେ ୩ବର୍ଷରୁ ଅଧିକ ସମୟ ଧରି ଚାକିରି କରିଥିଲେ ବଦଳି ହେବ । ଜିଲ୍ଲାରେ ରିଟର୍ଣ୍ଣିଂ ଅଫିସର ଦାୟିତ୍ବରେ ରହୁଥିବା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲପାଳ, ତହସିଲଦାର, ବିଡିଓ ଏହି ନିୟମ ମଧ୍ୟରେ ଆସୁଥିଲେ ସେମାନଙ୍କର ବଦଳି ହେବ । ସେହିପରି ପୋଲିସ ଏଡିଜି, ରେଞ୍ଜ ଆଇଜି, ଡିଆଇଜ, ଏସପି, କମିଶନର, ଆଇଆଇସି, SI ଓ କନେଷ୍ଟବଳ ମଧ୍ୟ ଏହି ନିୟମ ମଧ୍ୟରେ ଆସୁଥିଲେ ବଦଳି ହେବ ।

ଏହି ନିର୍ଦ୍ଦେଶାବଳୀରେ ଆସୁଥିବା ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି କରାଯିବ । ଏ ସଂପର୍କିତ ଅନୁପାଳନ ରିପୋର୍ଟ ମୁଖ୍ୟ ସଚିବ ଓ ଡିଜିପି ୨୦୨୪ ଜାନୁଆରୀ ୩୧ ତାରିଖ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବେ ।

Niharanjan

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

17 seconds ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

29 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

48 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

56 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago