ରାଜ୍ୟ

ବିଧାନସଭା ନିର୍ବାଚନ ପାଇଁ ECଙ୍କ ପ୍ରସ୍ତୁତି ଆରମ୍ଭ, ୩ବର୍ଷରୁ ଅଧିକ ସମୟ ଧରି ଚାକିରି କରିଥିଲେ ଅଫିସରଙ୍କ ହେବ ବଦଳି

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ-ECଙ୍କ ପ୍ରସ୍ତୁତି ଆରମ୍ଭ । ରାଜ୍ୟ ମୁଖ୍ୟ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନଙ୍କ ବରିଷ୍ଠ ପ୍ରମୁଖ ସଚିବ ନରେନ୍ଦ୍ର ବୁଖଟୋଲିଆ ଚିଠି ଲେଖିଛନ୍ତି । ନିର୍ବାଚନ ପରିଚାଳନାରେ କେଉଁ କେଉଁ ଅଫିସର ନିୟୋଜିତ ରହିବେ , କେଉଁମାନଙ୍କର ବଦଳି ଆବଶ୍ୟକ ସେନେଇ ଚିଠିରେ ବିସ୍ତୃତ ଉଲ୍ଲେଖ ରହିଛି । ନିର୍ବାଚନରେ ନିୟୋଜିତ କୌଣସି ଅଧିକାରୀ ନିଜ ଜିଲ୍ଲାରେ ଅବସ୍ଥାପିତ ହୋଇପାରିବେ ନାହିଁ ।

ଏହାଛଡ଼ା ଗୋଟିଏ ସ୍ଥାନରେ ୩ବର୍ଷରୁ ଅଧିକ ସମୟ ଧରି ଚାକିରି କରିଥିଲେ ବଦଳି ହେବ । ଜିଲ୍ଲାରେ ରିଟର୍ଣ୍ଣିଂ ଅଫିସର ଦାୟିତ୍ବରେ ରହୁଥିବା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲପାଳ, ତହସିଲଦାର, ବିଡିଓ ଏହି ନିୟମ ମଧ୍ୟରେ ଆସୁଥିଲେ ସେମାନଙ୍କର ବଦଳି ହେବ । ସେହିପରି ପୋଲିସ ଏଡିଜି, ରେଞ୍ଜ ଆଇଜି, ଡିଆଇଜ, ଏସପି, କମିଶନର, ଆଇଆଇସି, SI ଓ କନେଷ୍ଟବଳ ମଧ୍ୟ ଏହି ନିୟମ ମଧ୍ୟରେ ଆସୁଥିଲେ ବଦଳି ହେବ । ଏହି ନିର୍ଦ୍ଦେଶାବଳୀରେ ଆସୁଥିବା ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି କରାଯିବ । ଏ ସଂପର୍କିତ ଅନୁପାଳନ ରିପୋର୍ଟ ମୁଖ୍ୟ ସଚିବ ଓ ଡିଜିପି ୨୦୨୪ ଜାନୁଆରୀ ୩୧ ତାରିଖ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବେ ।

 

Barsha

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

7 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

8 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

25 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

26 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

30 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

52 mins ago