ଅନଲାଇନ ଗେମ ଖେଳିବା ମାମଲା, ୪ ଜଣଙ୍କୁ ଗିରଫ କଲା ଇଡି

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାର ଗୋଗୁଆ ଗ୍ରାମରେ ଅନଲାଇନ ଗେମ ଖେଳି କୋଟି କୋଟି ଟଙ୍କା ଇନକମ କରିବା ଓ ଆଲିସାନ ଘର କରିବା ନେଇ ଇଡି କଲା ଚଢ଼ାଉ । କଲିକତାର ଏକ ତିରିଶ ଜଣିଆ ଇଡି ଟିମ ଗୋଗୁଆ ଗ୍ରାମରେ ୬ ଜଣଙ୍କ ଘର ଉପରେ ଗତ ୨୭ ତାରିଖରେ ଦୁଇ ଦିନ ଧରି ଚଢ଼ାଉ କରିଥିଲା । ଏହି ସମୟରେ ୭ ଜଣ ଯାକ ସବୁ ଫେରାର ଥିବା ବେଳେ କାହାକୁ ପାଇ ନଥିଲା ଇଡି ।

ଫଳରେ ଗୋଗୁଆ ଗ୍ରାମରୁ ଫେରି ଯାଇଥିଲା ଇଡି । ପରେ ଫୋନ ଟ୍ରାକ ମାଧ୍ୟମରେ ସେମାନଙ୍କ ସହିତ ଯୋଗା ଯୋଗ କରି ଅରୁଣ ସାହୁ ଓ ଆଲୋକ ସାହୁକୁ ଗିରଫ କରିଛି ଇଡି । ଏହା ସହିତ ଏହି ଗେମରେ ସମ୍ପୃକ୍ତ ଥିବା ଆଉ ଦୁଇ ଜଣଙ୍କୁ ମଧ୍ୟ କଲିକତାରେ ପଚରାଉଚୁରା କରିଥିଲା ଇଡି । ସଠିକ ତଥ୍ୟ ଦେଇ ପାରିନଥିବାରୁ ଇଡି ଉକ୍ତ ଦୁହିଁଙ୍କୁ ମଧ୍ୟ ଗିରଫ କରିଛି । ସେମାନଙ୍କୁ ୧୫ ଦିନ ପାଇଁ ରିମାଇଣ୍ଡରେ ଇଡି ନେଇଥିବା ସୂଚନା ମିଳିଛି ।