କେନ୍ୟୁଜ୍(ବ୍ୟୁରୋ): ସିସୋର ଗ୍ରୁପ ଅଫ କମ୍ପାନୀର ସ୍ଥାବର ସଂପତ୍ତି ବାଜ୍ୟାପ୍ତ। ୫କୋଟି ୬୭ଲକ୍ଷ ଟଙ୍କାର ସ୍ଥାବର ସଂପତ୍ତି ବାଜ୍ୟାପ୍ତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବହୁଚର୍ଚ୍ଚିତ ସିସୋର ଚିଟ୍ ଫଣ୍ଡ ଠକେଇ ନେଇ ୨୦୧୪ ମାର୍ଚ୍ଚ ୨୨ତାରିଖରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ମାମଲା ରୁଜୁ କରିଥିଲା। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହି ମାମଲା ସିବିଆଇ ଦ୍ୱାରା ପଞ୍ଜିକୃତ ହୋଇଥିଲା। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ ହେବାକୁ ଥିବା ୪୪ଟି ସଂସ୍ଥା ମଧ୍ୟରେ ରହିଥିଲା ସିସୋର ଗ୍ରୁପ।
ଭୁବନେଶ୍ୱର ସିବିଆଇ ପକ୍ଷରୁ ତଦନ୍ତ ପରେ ଚାର୍ଜସିଟ ଦାଖଲ କରାଯାଇଥିଲା। ତଦନ୍ତ ବେଳେ ୬ କୋଟି ୫୦ ଲକ୍ଷ ଟଙ୍କା ହେରଫେର କରାଯାଇ କଂପାନୀର ଦୁଇ ହିତାଧିକାରୀ ଦିଲ୍ଲୀପ ଅମୃତଲାଲ ଗୁଧାକା ଓ ମୟୂରେଶ ଦାସଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା। ଦିଲ୍ଲୀପ ଓ ମୟୂରେଶଙ୍କ ୫କୋଟି ୬୭ଲକ୍ଷ ଟଙ୍କାର ସ୍ଥାବର ସଂପତ୍ତି ବାଜ୍ୟାପ୍ତ ପାଇ ନିର୍ଦ୍ଦେଶ ହୋଇଛି। ସିସୋର ଚିଟ୍ଫଣ୍ଡ ମାମଲାର ବର୍ତ୍ତମାନ ସୁଦ୍ଧା ୪ଟି ବାଜ୍ୟାପ୍ତି ନିିର୍ଦ୍ଦେଶ ସହ ଗ୍ରୁପର ୨୫୮ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତ ହୋଇଛି।
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…