୧୧ ଘଣ୍ଟା ମାରାଥନ୍‌ ଜେରା ପରେ ଇଡି ଅଫିସରୁ ବାହାରିଲେ ପୂର୍ବତନ IFS ଅଫିସର ଅଭୟ ପାଠକ, ଆବଶ୍ୟକ ହେଲେ ପୁଣି ଡାକିବ ED

କେନ୍ୟୁଜ୍(ବ୍ୟୁରୋ):  ୧୧ ଘଣ୍ଟାରେ ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ବାହାରିଲେ ପୂର୍ବତନ IFS ଅଫିସର ଅଭୟକାନ୍ତ ପାଠକ । ତାଙ୍କୁ ମାରାଥନ୍‌ ଜେରା କରିଛି ଇଡି । ୮ କୋଟି ଟଙ୍କାର କରବାର ନେଇ ପଚରାଉଚରା କରାଯାଇଛି ।

ଆବଶ୍ୟକ ହେଲେ ପୁଣି ଥରେ ଡାକିପାରେ ଇଡି । ଅଭୟ ପାଠକଙ୍କ ଆକାଉଣ୍ଟରୁ ପୁଅ ଆକାଶ ପାଠକଙ୍କ ଆକାଉଣ୍ଟକୁ ୮ କୋଟି ଟଙ୍କା ଯାଇଥିଲା । ଏତେ ଟଙ୍କା କେଉଁଠୁ ଆଣିଲେ ସେନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିଥିୂା ସୂଚନା ମିଳିଛି । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅଭୟକାନ୍ତ ପାଠକ ହୋଇଥିଲେ ଗିରଫ। ୧୫ ଜଣକୁ ଜେରା କରିସାରିଛି ଇଡ଼ି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.