ଖଣି ବ୍ୟବସାୟୀଙ୍କ ଘର ଓ ଅଫିସ୍‌ରେ EDର ଚଢ଼ାଉ,ମନି ଲଣ୍ଡରିଂ ମାମଲାରେ ୪ଟି ସ୍ଥାନରେ ଚାଲିଛି ରେଡ୍‌

କେନ୍ୟୁଜ୍(ବ୍ୟୁରୋ):ଇଡି ଜାଲରେ ଖଣି ବ୍ୟବସାୟୀ ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ । ତାଙ୍କ ଘର ଓ ଅଫିସ ସମେତ ୪ଟି ସ୍ଥାନରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ଯୋଡ଼ାର ୨ଟି ସ୍ଥାନ ଓ ଭୁବନେଶ୍ୱରର ଦୁଇଟି ସ୍ଥାନରେ ଚଢାଉ କରାଯାଇଛି । ଯୋଡ଼ା ସ୍ଥିତ ସାଇ ମନ୍ଦିର ନିକଟସ୍ଥ ଜିତୁ ପଟ୍ଟନାୟକଙ୍କର ବାସଭବନ ଓ ବନେଇକଳା ଛକରେ ଥିବା ଖଣି କାର୍ଯ୍ୟାଳୟରେ ଚଢ଼ାଉ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଖୋଜୁଛି ଇଡି ।

ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟକୁ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି । ଯୋଡ଼ାରେ ଇଡିର ଦୁଇଟି ଟିମ ଚଢ଼ାଉରେ ୧୨ ଜଣ ଅଧିକାରୀ ସାମିଲ ଥିଲେ । ଅଭିଯୋଗ ହୋଇଥିଲା, ଜିତୁ ପଟ୍ଟନାୟକ ୧୯୯୯ରୁ ୨୦୦୯ ଯାଏ ବେଆଇନ୍‌ ଖଣି ଖନନ କରିଥିଲେ । ଯେଉଁଥିରେ ରାଜ୍ୟ ସରକାରଙ୍କୁ ୧୩୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା । ୨୦୦୯ରେ ଏସମ୍ପର୍କିତ ମାମଲା ରୁଜୁ କରିଥିଲା ଭିଜିଲାନ୍ସ । ୨୦୧୩ରେ ଦାଖଲ କରିଥିଲା ଚାର୍ଜସିଟ୍‌ । ଏବେ ବେଆଇନ୍‌ ଖନନରେ ଆର୍ଥିକ ହେରଫେର ମାମଲାରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Leave A Reply

Your email address will not be published.