ଇଡି ପଞ୍ଝାରେ ଫରେଷ୍ଟ ରେଞ୍ଜ ଅଫିସର, ଦୁଇ କୋଟି ୫୦ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ

ଭବାନୀପାଟଣା: ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘର ଓ ଅଫିସରେ ED ରେଡ୍ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଫରେଷ୍ଟ ରେଞ୍ଜ ଅଫିସର ଅଶୋକ ସାହୁଙ୍କ ଘରେ ଭୁବନେଶ୍ବର ED ରେଡ୍ କରିଛି ।  ବେନାମୀ ଆକାଉଣ୍ଟ କାରବାର ନେଇ ରେଡ ହୋଇଛି । ସର୍ଚ୍ଚରେ ଏକାଧିକ ଏଟିଏମ କାର୍ଡ, ମୋବାଇଲ ଫୋନ, ଟଙ୍କା ଉଠାଇବା ସ୍ଲିପ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ରେଞ୍ଜ ଅଫିସରଙ୍କ ଘରୁ ବାଘଛାଲ ମଧ୍ୟ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।  ଦୁଇ କୋଟି ୫୦ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଛି ।

ଏହି ରେଞ୍ଜ ଅନ୍ତର୍ଗତ ବେଣାଖମାର ଫରେଷ୍ଟ ଗାର୍ଡ ଥିବାବେଳେ ଶ୍ରୀ ସାହୁ କାମ୍ଫା, ଏବଂ ସିଏଲ୍ଏଣ୍ଡ କାମରେ ବ୍ୟାପକ ହେରାଫେରି କରିବା ଅଭିଯୋଗରେ ନିଲମ୍ବିତ ହେଇଛନ୍ତି  । ହେରାଫେରିର ପରିମାଣ ପ୍ରାୟ ଦୁଇ କୋଟି ୫୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଉଛି ।  ୨୦୨୩-୨୪ ମସିହାରେ ସିଏଲଏଣ୍ଡ ବା କ୍ଷତିପୂରଣ ବନୀକରଣ ଅନୁଦାନରେ ଚାରା ରୋପଣ କିମ୍ବା ଆନୁଷଙ୍ଗିକ କାର୍ଯ୍ୟ ହେଉନଥିବା ଅଭିଯୋଗ ହେଇଥିଲା । ଏହି ଘଟଣାରେ କିଛି ଉପରିସ୍ଥ ଅଧିକାରୀ ସଂପୃକ୍ତ ଥିବା ଚର୍ଚ୍ଚା ହେଉଛି । ଦୁଇଟି ଇନୋଭାରେ ଆସିଥିବା ଇଡି ଟିମ୍ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨.୩୦ରେ ପହଞ୍ଚି ରେଞ୍ଜ ଅଫିସରେ ଚଢାଉ କରିଥିଲେ ।  ଅଫିସକୁ ସିଆରପିଏଫ ଯବାନ ଘେରି ରହିଥିବାରୁ ଭିତରକୁ କେହି ଯାଇପାରୁ ନଥିଲେ ।

 

 

ଆହୁରି ପଢ଼ନ୍ତୁ : ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ପ୍ରାଥମିକ ଶିକ୍ଷକ, ବିଲ୍ଡିଂ କାମ ନ କରି ହଡ଼ପ କରିଥିଲେ ସରକାରୀ ଟଙ୍କା