ଚିଟଫଣ୍ଡ ଠକେଇ ମାମଲା , ଅଭିଯୁକ୍ତ ମାଇକ୍ରୋଫାଇନାନ୍ସର ପୂର୍ବତନ ଏମଡି ଦୁର୍ଗା ପ୍ରସାଦ ମିଶ୍ରଙ୍କୁ ଇଡିର ଜେରା

ଭୁବନେଶ୍ବର(କେନ୍ୟୁଜ୍) : ଚିଟଫଣ୍ଡ ଠକେଇ ଘଟଣାରେ ଅଭିଯୁକ୍ତ ମାଇକ୍ରୋଫାଇନାନ୍ସର ପୂର୍ବତନ ଏମଡି ଦୁର୍ଗା ପ୍ରସାଦ ମିଶ୍ରଙ୍କୁ ଇଡିର ଜେରା । ମନି ଲଣ୍ଡରିଂ ନେଇ ସାଢେ ୫ ଘଣ୍ଟା ଧରି ତାଙ୍କୁ ଜେରା କରିଥିଲେ ଇଡି ଅଧିକାରୀ । ଅର୍ଥ କେଉଁଠୁ ଆସୁଥିଲା, କେଉଁଥିରେ ଖର୍ଚ୍ଚ କରାଯାଉଥିଲା ସେନେଇ ଇଡି ପକ୍ଷରୁ ପଚରାଉଚୁରା କରାଯାଇଛି। ପୂର୍ବରୁ ତାଙ୍କୁ ସିବିଆଇ ଗିରଫ କରିଥିଲା । ଦୁର୍ଗାପ୍ରସାଦ ମିଶ୍ର ଏବେ ଜାମିନରେ ଅଛନ୍ତି ।