କିଟ ଓ କିସ୍ ପକ୍ଷରୁ ସାରା ରାଜ୍ୟରେ ଏଜୁକେସନ୍ ଫର୍ ଅଲ୍ କାର୍ଯ୍ୟକ୍ରମ, ଡକ୍ଚର ଅଚ୍ୟୁତ ସାମନ୍ତଙ୍କ ମହତ ଉଦ୍ଦେଶ୍ୟ ନେଇ ଲୋକଙ୍କୁ କରାଯାଉଛି ସଚେତନ

ଭୁବନେଶ୍ବର(କେନ୍ୟୁଜ୍): ଏଜୁକେସନ୍ ଫର୍ ଅଲ୍ ବା ସମସ୍ତଙ୍କ ପାଇଁ ଶିକ୍ଷା । କିଟ ଓ କିସ୍ ପକ୍ଷରୁ ସାରା ରାଜ୍ୟରେ କାର୍ଯ୍ୟକ୍ରମ । ବିଭିନ୍ନ ଅଞ୍ଚଳରେ କିଟ୍ ଓ କିସ୍ କର୍ମକର୍ତ୍ତା ପହଞ୍ଚି ସଚେତନତାର ବାର୍ତ୍ତା ଦେଉଛନ୍ତି। କିଟ୍ ଓ କିସ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତଙ୍କ ମହତ ଉଦ୍ଦେଶ୍ୟ ନେଇ ଲୋକଙ୍କୁ ସଚେତନ କରାଯାଉଛି। କଟକ ସିଡିଏ ସ୍କୁଲ ପରିସରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସେହିପରି ଫୁଲବାଣୀ ସଦର ମହକୁମାସ୍ଥିତ କେବି ହିଷ୍ଟ କଲେଜରେ ଅନୁଷ୍ଠିତ ହୋଇଛି ଏଜୁକେସନ୍ ଫର୍ ଅଲ୍ ସେମିନାର୍ । ଆଦିବାସୀ ଛାତ୍ରଛାତ୍ରୀ ମାଗଣାରେ ପଢିବା ପାଇଁ ନିଜ ଉଦ୍ୟମ ବଳରେ କିଟ୍ କିସ୍ ଭଳି ଶିକ୍ଷାନୁଷ୍ଠାନ ପ୍ରତିିଷ୍ଠା କରି ବିଶ୍ୱଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଡ. ସାମନ୍ତ । ବୌଦ୍ଧ ଜିଲ୍ଲା କେବି ହିଷ୍ଟ କଲେଜଠାରେ କିଟ୍ ଓ କିସ୍ ପକ୍ଷରୁ ଆୟୋଜିତ ହୋଇଛି ସମସ୍ତଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମ । ଏଥିରେ କିଟର ପ୍ରଫେସର୍ ବିଶ୍ୱଜିତ୍ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ସୁବର୍ଣ୍ଣପୁର କୋଶଲ ଉଚ୍ଚ ବିଦ୍ୟାଳୟରେ ଏଜୁକେସନ୍ ଫର୍ ଅଲ୍ କାର୍ଯ୍ୟକ୍ରମ । କେନ୍ଦୁଝର ସଦର ମହକୁମା ପୋଲିସ ହାଇସ୍କୁଲରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ , ପାରଳାଖେମୁଣ୍ଡିସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ବୁର୍ଲାସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସମସ୍ତଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସର, ବାରିପଦା ଏମକେସିଜି ବିଦ୍ୟାଳୟ, ଅନୁଗୁଳ ଜିଲ୍ଲା ସଂସ୍କୃତ କଲେଜରେ କାର୍ଯ୍ୟକ୍ରମରେ ଶିକ୍ଷା କ୍ଷେତ୍ରରେ ବଳିଷ୍ଠ ପଦକ୍ଷେପ ପାଇଁ କିଟ୍ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା କରିଛନ୍ତି ଅତିଥି । ଭଦ୍ରକ ବିନାୟକ କଲେଜ ପରିସର ଏବଂ କୋରାପୁଟ ଜିଲ୍ଲା ବୈପାରୀଗୁଡା ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକ୍ରମ ଆୟାଜିତ ହୋଇଛି ।
ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ଏଜୁକେସନ୍ ଫର୍ ଅଲ୍ ବା ସମସ୍ତଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମ ।