ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ, ଏ ମାସରେ ବିଶେଷ ଥଣ୍ଡା ଅନୁଭୂତ ହେବ ନାହିଁ ବୋଲି ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ
ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ । ଶୀତର ଦେଖା ନାହିଁ । ଓଡ଼ିଶାରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହୁଛି । ଉପକୂଳରେ ରାତିରେ ଗରମ ଅନୁଭୂତ ହେଉଛି । ସବୁଠି ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଅଧିକ ରହୁଛି ।
ଯେଉଁଠି ତୁଷାରପାତ ହେବା କଥା ସେଠି ରାତି ତାପମାତ୍ରାରେ ଏପର୍ଯ୍ୟନ୍ତ ବିଶେଷ ପରିବର୍ତ୍ତନ ହୋଇ ନାହିଁ । ଏ ମାସରେ ବିଶେଷ ଥଣ୍ଡା ଅନୁଭୂତ ହେବ ନାହିଁ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି । ୨୦୨୪ର ଭାରତ ଅତ୍ୟଧିକ ପାଣପାଗଜନିତ ପରିସ୍ଥିତିର ସମ୍ମୁଖୀନ ହୋଇଛି ।