ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଘରକୁ ଟମାଟୋ ଓ ଅଣ୍ଡା ମାଡ଼

ପିପିଲି(କେନ୍ୟୁଜ୍) : ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଘର ଆଗରେ ବିକ୍ଷୋଭ । ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ମନ୍ତ୍ରୀଙ୍କ ବାସଭବନକୁ ମହିଳା କଂଗ୍ରେସ କର୍ମୀମାନେ ଟମାଟୋ ଓ ଅଣ୍ଡା ମାଡ଼ କରିଛନ୍ତି । ଘର ସାମ୍ନାରେ ଛାଞ୍ଚୁଣି ଧରି ମହିଳା କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା ।

pradip

ମନ୍ତ୍ରୀଙ୍କ ଘର ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ଏହାପରେ ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା । ପିପିଲି ଗଣ ଦୁଷ୍କର୍ମ ମାମଲାରେ ମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ମନ୍ତ୍ରୀ କ୍ଷମା ମାଗନ୍ତୁ ନହେଲେ ଇସ୍ତଫା ଦିଅନ୍ତୁ ବୋଲି କର୍ମୀମାନେ ଦାବି କରିଛନ୍ତି ।