ଗଜପତି କାଶୀନଗର ଅଞ୍ଚଳରେ ନାବାଳକକୁ ଅପହରଣ ମାମଲା: ଜଣେ ନାବାଳକ ସହ ୮ ଜଣ ଗିରଫ, ନଗଦ ୨ ଲକ୍ଷ ୨୧ ହଜାର ଟଙ୍କା ଜବତ

ଟଙ୍କା ପାଇଁ ଦୁର୍ବୃତ୍ତ ଭିଆଇଥିଲେ ଏଭଳି କାଣ୍ଡ

ଗଜପତି : ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରେ ନାବାଳକକୁ ଅପହରଣ ମାମଲାରେ ଆସିଛି ନାଟକୀୟ ମୋଡ । ଘଟଣାରେ ୮ ଜଣ ଗିରଫ ହେବା ସହ ସେମାନଙ୍କ ଠାରୁ ନଗଦ ୨ ଲକ୍ଷ ୨୧ ହଜାର ଟଙ୍କା, ଗୋଟିଏ କାର, ୫ଟି ବାଇକ୍‌, ୭ଟି ମୋବାଇଲ ଓ ୨ଟି ଔଷଧ ଶିଶି ଜବତ କରିଛି ପୋଲିସ । ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଘଟଣାର ମାଷ୍ଟର ମାଇଣ୍ଡ କର୍ମୀ ଚୌତନ୍ୟ ଓ ପ୍ରଶାନ୍ତ ଲିମ୍ମା ଥିବା ବେଳେ ଗ୍ୟାଙ୍ଗରେ ଜଣେ ନାବାଳକ ମଧ୍ୟ ରହିଛି ।

ତେବେ ଟଙ୍କା ପାଇଁ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିଲେ । ଗତ ବର୍ଷ ଡିସେମ୍ବର ୧୬ ତାରିଖରେ କାଶୀନଗରର ଏକ କାଜୁ ବ୍ୟବସାୟୀଙ୍କ ୭ ବର୍ଷର ପୁଅକୁ ଦୁଇ ଜଣ ଦୁର୍ବୃତ୍ତ ଗହଳି ମାରକେର୍ଟରୁ ଉଠାଇ ନେଇଥିଲେ । ୧୮ ତାରିଖରେ ସେହି କାଜୁ ବ୍ୟବସାୟୀଙ୍କ ଆଉଟ ହାଉସରେ ଅଚେତ ଅବସ୍ଥାରେ ଶିଶୁଟିକୁ ପରିବାର ସଦସ୍ୟ ପାଇଥିଲେ । ଘଟଣାରେ ଗଜପତି ଜିଲ୍ଲାର ବଛାବଛା ଅଫିସରଙ୍କୁ ନେଇ ସ୍ୱତନ୍ତ୍ର ଟିମ୍‌ ତଦନ୍ତ ଆରମ୍ଭ କରିଥିଲେ । ପୋଲିସକୁ ବଡ ସଫଳତା ମିଳିଛି ।

Leave A Reply

Your email address will not be published.