ସମ୍ବଲପୁରର ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ, ବିଦା ହେଲେ ୮ ଛାତ୍ର

ସମ୍ବଲପୁର(କେନ୍ୟୁଜ୍): ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ। ୮ ଛାତ୍ରକୁ ବିଦା କଲେ ସ୍କୁଲ କର୍ତ୍ତୃପକ୍ଷ । ଛାତ୍ରଙ୍କୁ ମାଡ଼ ମାରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସ୍କୁଲ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସମ୍ବଲପୁର ସହରରେ ଏହି ଘଟଣା ଘଟିଛି। ଛାତ୍ର ଜଣକ ନିଜ ରୁମ୍‌ରେ ଥିବା ବେଳେ ତାଙ୍କର ଦୁଇ ଜଣ ସହପାଠୀ ତାଙ୍କୁ ଅନ୍ୟ ଏକ ରୁମ୍‌କୁ ଟାଣି ନେଇ ସେଠାରେ ହାତ ଗୋଡ ବାନ୍ଧି ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା।

ଘଟଣା ବିଷୟରେ ପରିବାର ଲୋକ ସ୍କୁଲ୍‌ ଏମ୍‌ଡିକୁ ଜଣାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ଏକ ଶୃଙ୍ଖଳା କମିଟି ଗଠନ କରିଥିଲେ। କିଛି ଛାତ୍ରଙ୍କୁ ପଚରାଉଚରା ପରେ ଘଟଣାରେ ସାମିଲ ଥିବା ୮ଜଣ ଛାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ହଷ୍ଟେଲରୁ ବିଦା କରିଛନ୍ତି। ତା ସହ ହଷ୍ଟେଲ ୱାର୍ଡନଙ୍କୁ ମଧ୍ୟ ବିଦା କରାଯିବ ବୋଲି ଜଣାପଡିଛି। ଏନେଇ କଲେଜ କର୍ତ୍ତପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.