ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଆମାଜନ୍ ଜଙ୍ଗଲର ଭୟଙ୍କର ଜୀବ

ଭୁବନେଶ୍ୱର (କେ ନ୍ୟୁଜ୍) : ନନ୍ଦନକାନନରେ ନୂଆ ଅତିଥି । ଆସିଲା ଭୟଙ୍କର ଆନାକୋଣ୍ଡା । ୮ଟି ଆନାକୋଣ୍ଡା ସହ ତିନୋଟି ନାଇଲ କୁମ୍ଭୀର ନନ୍ଦନକାନନକୁ ଅଣାଯାଇଛି । ହଳିଦିଆ ଆନାକୋଣ୍ଡା ମଧ୍ୟରୁ ୪ଟି ମାଈ ଓ ୪ଟି ଅଣ୍ଡିରା । ସେହିଭଳି ତିନୋଟି ଯାକ ମାଈ କୁମ୍ଭୀର । ଚେନ୍ନାଇ ଚିଡିଆଖାନାର କ୍ରୋକୋଡାଇଲ ବ୍ୟାଙ୍କରୁ ଆନାକୋଣ୍ଡା ଓ ନାଇଲ କୁମ୍ଭୀର ଅଣାଯାଇଛି । କିଛି ସପ୍ତାହ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କଠାରୁ ସେମାନଙ୍କୁ ଦୂରେଇ ରଖାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି । ପରିବେଶ ସହ ଖାପ ଖାଇବା ପରେ ସମସ୍ତଙ୍କୁ ସାମ୍ନାକୁ ଅଣାଯିବ । ଏମାନଙ୍କୁ ମିଶାଇ ନନ୍ଦନକାନନରେ ୧୫୮ ପ୍ରଜାତିର ପ୍ରାଣୀ ଅଛନ୍ତି ।