ଅଷ୍ଟମ ବର୍ଷରେ ପାଦ ଦେଲା କଳିଙ୍ଗ ଟିଭି: ଗାଁଠୁ ସହର ସବୁଠି, ସମସ୍ତଙ୍କ ପ୍ରିୟ ଗଣମାଧ୍ୟମ

କେନ୍ୟୁଜ୍: ସାତ ବର୍ଷ ପୂରିଛି, ଅଷ୍ଟମ ବର୍ଷରେ ପାଦ ଦେଇଛି କଳିଙ୍ଗ ଟିଭି। ଭଲ-ମନ୍ଦ, ସୁଖ ଦୁଃଖ, ସବୁ ପାହଚ ଚଢି ଆଜି ରାଜ୍ୟରେ ଏକ ଅଗ୍ରଣୀ ଗଣମାଧ୍ୟମ ପାଲଟି ଯାଇଛି। ନିରପେକ୍ଷ ଓ ନିର୍ଭିକ ଖବର ପରିବେଷଣ କରି ଆପଣଙ୍କ ପ୍ରୟଭାଜନ ହୋଇ ପାରିଛି କଳିଙ୍ଗ ଟିଭି।

ଗଣମାଧ୍ୟମର ଭିଡ ଓ ଖବରର ବଜାର ଭିତରେ ୭ ବର୍ଷ ତଳେ ଆସିଥିଲା କଳିଙ୍ଗ ଟିଭି। ସକାରାତ୍ମକ, ବାସ୍ତବବାଦୀ, ଗଠନମୂଳକ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ଗୁରୁମନ୍ତ୍ରରେ ଆରମ୍ଭ ହୋଇଥିଲା। ନିରବିଛିନ୍ନ ଭାବେ ପ୍ରତିଷ୍ଠାତାଙ୍କ ମାର୍ଗଦର୍ଶନରୁ ବିଚ୍ୟୁତ ନ ହେବାକୁ ପ୍ରୟାସ ଜାରି ରହିଛି।

ସାତ ବର୍ଷର ଯାତ୍ରା ସରିଛି। ବାଟରେ ଅନେକ ମୋଡ ଆସିଛି, ମୂଳମନ୍ତ୍ରକୁ ଜଳାଞ୍ଜଳି ନ ଦେଇ ଆଗକୁ ବଢିଛି। ଖବର ପରିବେଷଣ ଶୈଳି ବଦଳିଛି କିନ୍ତୁ ବଦଳିନି ମୂଳତତ୍ତ୍ୱ। ଅନେକ କାର୍ଯ୍ୟକ୍ରମ କଳିଙ୍ଗ ଟିଭିକୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରି ରଖିଛି। ସାତ ବର୍ଷର ଏ ଯାତ୍ରା ଭିତରେ ଅହରହ ଜନଗଣଙ୍କ ବ୍ୟଥା,ବେଦନା ଓ ସମସ୍ୟାକୁ ଆମ ପରଦାରେ ଉପସ୍ଥାପନା କରିବାକୁ ଯତ୍‌ପରୋନାସ୍ତି ଉଦ୍ୟମ କରି ଆସିଛି। ଗାଁଠୁ ସହର ସବୁଠି କଳିଙ୍ଗ ଟିଭି ହୋଇ ପାରିଛି ସମସ୍ତଙ୍କ ପ୍ରିୟ ଗଣମାଧ୍ୟମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.