ଅନିଶ୍ଚିତତାରେ ଏକାମ୍ର ଯୋଜନା: ଶ୍ରୀଲିଙ୍ଗରାଜ ମନ୍ଦିର ସହ ବ୍ରହ୍ମେଶ୍ୱର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ଉପନିୟମ ବଳବତ୍ତର

ସେବାୟତ ଓ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ

ଭୁବନେଶ୍ବର: ଏକାମ୍ର କ୍ଷେତ୍ରକୁ ନେଇ ହଟୁନି ଏନ୍‌ଏମ୍‌ଏ କେଁ । ଅନିଶ୍ଚିତତାରେ ଏକାମ୍ର ଯୋଜନା । ଶ୍ରୀଲିଙ୍ଗରାଜ ମନ୍ଦିର, ବ୍ରହ୍ମେଶ୍ୱର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ଉପନିୟମ ବଳବତ୍ତର ରହିଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏହା ସ୍ପଷ୍ଟ କରିବା ପରେ ପୁଣି ବିବାଦ ମୁଣ୍ଡ ଟେକିଛି । ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ କହିଛନ୍ତି, ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରସ୍ତାବିତ ବାଇ-ଲ ସର୍ବସାଧାରଣ ନୋଟିସ୍‌ କାଏମ୍‌ ରହିଛି ।

କ୍ଷତିଗ୍ରସ୍ତ ହେବା ଭୟରେ ସେବାୟତ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ଯଦି ଏହି ବାଇ-ଲ ନହଟିବ ତେବେ ଏକାମ୍ର ଯୋଜନା ଅନିଶ୍ଚିତତା ଭିତରକୁ ଠେଲି ହୋଇଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ପ୍ରାଚୀନ ଐତିହ୍ୟ ନିକଟରେ ଖୋଦନ କାର୍ଯ୍ୟ ଚାଲିଥିବାରୁ କୀର୍ତ୍ତିରାଜି ନଷ୍ଟ ହେବା ଆଶଙ୍କା ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.