ସାନ ଭାଇର ଟାଙ୍ଗିଆ ଚୋଟରେ ବଡଭାଇ ଗୁରୁତର

ରେଢାଖୋଲ: ରେଢାଖୋଲ ଥାନା ବଡକୁଡା ଗ୍ରାମରେ ଘଟିଲା ଅଘଟଣ । ସାନ ଭାଇର ଟାଙ୍ଗିଆ ଚୋଟରେ ଗୁରୁତର ହୋଇ ପଡିଛି ବଡଭାଇ । ଏନେଇ ଗୁରୁତର ଅବସ୍ଥାରେ ବଡ ଭାଇକୁ ରେଢାଖୋଲ ମେଡିକାଲରେ ଭର୍ତି କରାଯାଇଛି । ସୂଚନା ଅନୁସାରେ ସରକାରଙ୍କ ଠାରୁ ଆସୁଥିବା କାଳିଆ ଯୋଜନାରେ ସମସ୍ତ ଟଙ୍କା ବଡ ଭାଇକୁ ନ ଦେଇ ସାନ ଭାଇ ଟଙ୍କା ପାଉ ଥିବାରୁ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା ।
ଶେଷରେ ସାନ ଭାଇ ଯୁଗୋଳ କିଶୋର ସାହୁ ଘରୁ ଟାଙ୍ଗିଆ ଆଣି ବଡ ଭାଇ ଯୁଦ୍ଧିଷ୍ଠିର ସାହୁଙ୍କୁ ମୁଣ୍ଡ ଏବଂ ପିଠିରେ ଦୁଇଥର ଆକ୍ରମଣ କରିଥିଲେ । ଯାହା ଫଳରେ ସାନ ଭାଇର ଆକ୍ରମଣରେ ବଡ ଭାଇ ଆହାତ ହୋଇଥିଲେ । ଗୁରୁତର ଅବସ୍ଥାରେ ବଡ ଭାଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏପଟେ ସାନ ଭାଇ ଏଭଳି ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।