ଜେଲ୍‌ ଫେରନ୍ତା ଭାଇ ସାଜିଲା ସୈତାନ ! ବଡ଼ ଭାଇକୁ ଗୋଡ଼ାଇ ଗୋଡ଼ାଇ ହତ୍ୟାକଲା

କଣ୍ଟାବାଞ୍ଜି (କେନ୍ୟୁଜ): ମଝିଆ ଭାଇ ବଡ଼ ଭାଇର ଜୀବନ ନେଲା । ଏଭଳି ଏକ ଘଟଣା ଘଟିଛି ତୁରେକେଲା ଥାନା କନ୍ଦେଇ ଗାଁରେ । କନ୍ଦେଇ ଗାଁର ଚେରୁ ବାଗଙ୍କ ବଡ଼ ପୁଅ ଫୁଲ ପ୍ରସାଦ ବାଗକୁ ହତ୍ୟା କଲା ତାର ମଝିଆ ଭାଇ ତିଳକ ଚନ୍ଦନ ବାଗ । ଘଟଣା ସ୍ଥଳରେ ତୁରେକେଲା ପୋଲିସ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ହତ୍ୟାକାରୀ ମଝିଆ ଭାଇ ତିଳକ ଚନ୍ଦନ 2019 ମସିହାରେ ନାଗପୁରକୁ କାମ କରିବାକୁ ଯାଇଥିବା ବେଳେ ସେଠି ଏକ ହତ୍ୟା ମାମଲାରେ ଜେଲ ଯାଇଥିଲା । ସପ୍ତାହେ ହେବ ତିଳକ ଗାଁ କୁ ଫେରିଛି।

ଚେରୁ ବାଗଙ୍କ କହିବା ଅନୁସାରେ ଦୁଇ ଭାଇ କାଲି କୌଣସି କାମରେ ଖଡ଼ିଆଲ ଯାଇଥିଲେ । ସେଠାରୁ ରାତି ଫେରି ଘରେ ଖାଇ ଶୋଇଥିଲେ । ସକାଳ ସମୟରେ ମଝିଆ ଭାଇ ତିଳକ ଶୌଚ ଯାଇଥିବା ବେଳେ କିଛି ସମୟ ପରେ ବଡ଼ ଭାଇ ମଝିଆ ଭାଇ ଫୁଲ ପ୍ରସାଦ ପହଞ୍ଚିଥିଲା। ଦୁଇ ଭାଇଙ୍କ ଦୀର୍ଘ ସମୟ ଧରି କଥାବାର୍ତ୍ତା ହେଉଥିବା ବେଳେ କୌଣସି କଥାକୁ ନେଇ ଦୁଇ ଭାଇଙ୍କୁ ଭିତରେ ଝଗଡା ହେଲା। ଏଥିରେ ମଝିଆ ଭାଇ ତିଳକ ବଡ଼ ଭାଇଙ୍କୁ ହତ୍ୟାକରି ନାଳାରେ ଫିଙ୍ଗି ଦେଇ ଶବକୁ ଜଗିଥିଲା। ତୁରରକେଲା ପୋଲିସ ଘଟଣା ସ୍ଥଳକୁ ପହଞ୍ଚିବା ପରେ ହତ୍ୟାକାରୀ ଫେରାର ହୋଇଥିଲା। ତେବେ ନିଜ ବଡ଼ ଭାଇକୁ କାହିଁକି ମଝିଆ ଭାଇ ହତ୍ୟାକଲା ତାହା ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.