ସାନଭାଇକୁ ଗଛରେ ବାନ୍ଧି ପିଟିପିଟି ହତ୍ୟା କଲା ବଡ଼ଭାଇ

ଭଞ୍ଜନଗର : ସାନଭାଇକୁ ଗଛରେ ବାନ୍ଧି ପିଟିପିଟି ହତ୍ୟା କଲା ବଡ଼ଭାଇ । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ବ୍ରାହ୍ମଣପଦର ଗାଁରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ। ମୃତକ ସେହି ଗ୍ରାମର ବଳରାମ ଗୌଡ। ରାତି ୧୦ଟା ବେଳେ ବଳରାମ ଗାଁ ଦାଣ୍ଡକୁ ବାହାରିଥିବା ବେଳେ ବଡ଼ଭାଇ ଶଙ୍କର ଓ ପୁତୁରା ଦୁହେଁ ମିଶି ତାଙ୍କୁ ଏକ ଗଛରେ ବାନ୍ଧି ଠେଙ୍ଗାରେ ପିଟିଥିଲେ।
ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ତାରାସିଙ୍ଗି ଥାନା ଓ ଗାଲେରୀ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଗତ ୭ରୁ ୮ ମାସ ତଳେ ବଳରାମଙ୍କୁ ମରଣାତ୍ମକ ମାଡ଼ ମାରିଥିଲା ବଡ଼ଭାଇ। ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସା ହେବା ପରେ ବଳରାମ ଘରକୁ ଫେରିଥିଲେ ବୋଲି ମୃତକଙ୍କ ବାପା ଓ ସ୍ତ୍ରୀ କହିଛନ୍ତି। ପରେ ବଳରାମ ନିଜ ଗାଁ ବ୍ରହ୍ମଣପଦରରେ ନରହି ଭଞ୍ଜନଗରରେ ଘରଭଡ଼ା ନେଇ ରହୁଥିଲେ ବଳରାମ।