ବରଯାତ୍ରୀ କାର ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ ,ରାସ୍ତା ରୋକ କଲେ ସ୍ଥାନୀୟ ଲୋକ

ବାଲିଗୁଡା : ବରଯାତ୍ରୀ କାର ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଏଭଳି ଅଭାବନୀୟ ଦୁର୍ଘଟଣା ବାଲିଗୁଡା ଥାନା ୫୯ ନମ୍ବର ଜାତୀୟ ରାଜପଥର ମିଡିଆପାଙ୍ଗା ନିକଟରେ ଘଟିଛି । ମୃତକ ହେଲେ ମିଡିଆପାଙ୍ଗା ଗାଁର ମମିରା ଦିଗାଲ  । ବାଟାଗୁଡାରୁ ବିବାହ କାର୍ଯ୍ୟସାରି ଏକ କାର କୁର୍ତମଗଡ଼ ଯାଉଥିବା ସମୟରେ ମିଡିଆପାଙ୍ଗା ଗାଁ ନିକଟରେ ବୃଦ୍ଧଙ୍କୁ ଧକ୍କାଦେଇ କାରଟି ପଳେଇ ଯାଇଥିଲା ।

ଖବର ପାଇ ପୋଲିସ କୁର୍ତମଗଡ଼ ନିକଟରେ କାରକୁ ଅଟକାଇଥିବା ବେଳେ କାର ଡ୍ରାଇଭର ଫେରାର ହୋଇଥିବା ଜଣାପଡିଛି । ସେପଟେ ବୃଦ୍ଧଙ୍କ ଘଟଣାସ୍ଥଳରେ ମୃତ୍ୟୁକୁ ନେଇ ମିଡିଆପାଙ୍ଗା ଗାଁ ନିକଟରେ ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ । ପରିସ୍ଥିତି ଅଣାୟତ୍ତ ହେବାରୁ ବାଲିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ  କ୍ଷତିପୂରଣ ନେଇ ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିଲା ।

 

 

Also read:ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ