ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଧକ୍କା ଦେଲା ବାଇକ, ବୃଦ୍ଧ ମୃତ

କାମାକ୍ଷାନଗର: ସାଇକେଲ ଧରି ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଧକ୍କା ଦେଲା ବାଇକ, ବୃଦ୍ଧ ମୃତ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ -ଜିରାଳ ପୂର୍ତ୍ତବିଭାଗ ରାସ୍ତାର କଙ୍ଗେଇଲ ଛକ ନିକଟରେ ଦୁର୍ଘଟଣା  । ରାସ୍ତା କଡ଼ରେ ସାଇକେଲ ଧରି ଛିଡା ହୋଇଥିବା ବୃଦ୍ଧଙ୍କୁ ବାଇକ ଧକ୍କା ଦେଇଥିଲା ।  ମୃତକ ଜଣକ ଅଙ୍କୁର ଚରଣ ଖୁଣ୍ଟିଆ ।

ଅଙ୍କୁର କୌଣସି କାମରେ ସାଇକେଲ ନେଇ ଗାଁ ଛକ ନିକଟକୁ ଆସିଥିବା ବେଳେ ରାସ୍ତା କଡ଼ରେ ସାଇକେଲ ଧରି ଛିଡା ହୋଇଥିଲେ।  ସେହି ସମୟରେ ଜିରାଳ ଆଡୁ ଯାଉଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ପରିବାର ଲୋକ ତୁରନ୍ତ ତାଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଅନ୍ୟ ପଟେ ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ଥିବା ବେଳେ ତାଙ୍କର ପରିଚୟ ଜଣାପଡ଼ିନାହିଁ  ।

 

Also read: ଶିକ୍ଷକ ବଦଳି ମାମଲାରେ ରାଜ୍ୟ ସରକାରଙ୍କୁ ଝଟକା, ହାଇକୋର୍ଟ ଖାରଜ କଲେ ଚିଠି