ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ବୃଦ୍ଧ ମୃତ, ମିଳିପାରି ନାହିଁ ବୃଦ୍ଧଙ୍କ ପରିଚୟ

ପୁରୀ : ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ବୃଦ୍ଧ ମୃତ । ଆଜି ମଧ୍ୟାହ୍ନରେ ପତିତପାବନ ତୁଠରେ ଜଣେ ବୃଦ୍ଧ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ କିଛି ଲୋକ । ଏନେଇ କୁମ୍ଭାରପଡ଼ା ଥାନାକୁ ସୂଚନା ଦେଇଥିଲେ । ଘଟଣାର ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ପୋଲିସ । ମୃତ ବୃଦ୍ଧଙ୍କ ପରିଚୟ ମିଳିପାରି ନାହିଁ ।