ଘରେ ପଶି ବୃଦ୍ଧାଙ୍କୁ ଜୀବନରୁ ମାରି ଲୁଟିନେଲେ ସୁନା ଅଳଙ୍କାର, ଛିଡି ଯାଇଛି କାନ ଓ ନାକ

ବ୍ରହ୍ମପୁର(କେନ୍ୟୁଜ୍):ଘରେ ପଶି ବୃଦ୍ଧାଙ୍କୁ ମାରି ଲୁଟିନେଲେ ସୁନା ଅଳଙ୍କାର । ଛିଡି ଯାଇଛି କାନ ଓ ନାକ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି କଲେଜ ଛକ ନିକଟରେ ଘରେ ପଶି ଜଣେ ବୃଦ୍ଧାଙ୍କୁ ହତ୍ୟା କରିବା ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମୃତ ବୃଦ୍ଧ ହେଲେ ଆଡି ପାତ୍ର । ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଛି ।

କାନ ଓ ନାକରେ ପିନ୍ଧିଥିବା ଅଳଙ୍କାରକୁ ନେବା ପାଇଁ ଦୁର୍ବୃତ୍ତ କାନ ଓ ନାକ କାଟି ଦେଇଛନ୍ତି । ଏହାସହିତ ଘରେ ଆଲମାରୀରେ ରହିଥିବା ଅନ୍ୟ ସୁନା ଅଳଙ୍କାର ଓ ୫୦ ହଜାର ଟଙ୍କା ମଧ୍ୟ ନେଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଏସଡିପିଓ ଓ ଆଇଆଇସି । ଅନ୍ୟପଟେ ବିଦ୍ୟୁତ୍‌ କାଟର ସୁଯୋଗ ନେଇ ଲୁଟେରା ଘର ସମ୍ମୁଖ ଦେଇ ଆସିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ସମିତି ସଭ୍ୟ ।

Leave A Reply

Your email address will not be published.