ନିର୍ବାଚନ ସଭା ଆଚରଣ ବିଧି ଉଲଂଘନ ପ୍ରସଙ୍ଗ, ସାଲେପୁର ଏସଡିପିଓ ଓ କଲେଜ ଅଧ୍ୟକ୍ଷଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ) : ନିର୍ବାଚନ ସଭା କରିବା ପ୍ରସଙ୍ଗରେ ଆଚରଣ ବିଧି ଉଲଂଘନ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ନିର୍ବାଚନ କମିସନ ସୁପାରିଶ କରିଛନ୍ତି ।

ମହାକାଳପଡ଼ା ମାଆ ତାରିଣୀ କଲେଜରେ ନିର୍ବାଚନୀ ସଭା କରିବା ପ୍ରସଙ୍ଗରେ ଆଚରଣ ବିଧି ଉଲ୍ଲଂଘନ ହୋଇଥିବାରୁ ଉକ୍ତ କଲେଜର ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଦାଶ ଓ ସାଲେପୁର ପୋଲିସ ଏସଡିପିଓ ପ୍ରଶାନ୍ତ ମାଝୀଙ୍କୁ ନିଲମ୍ବନ କରିବା ପାଇଁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସନ୍ଧ୍ୟ ସୁଦ୍ଧା ନିର୍ବାଚନ କମିସନଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ସାଲେପୁର ଏସଡିପିଓ ପ୍ରଶାନ୍ତ ମାଝୀଙ୍କୁ ନିଲମ୍ବନ କରିବାକୁ ପୁଲିସ ଡିଜିଙ୍କୁ ଚିଠି ଲେଖାଯାଇଛି। ତୁରନ୍ତ ତାଙ୍କୁ ମୁଖ୍ୟାଳୟରେ ଅବସ୍ଥାପିତ କରିବାକୁ କୁହାଯାଇଛି। ଉଭୟଙ୍କ ନାଁରେ ଆଇପିସି ଧାରା ୧୮୮ ଆଧାରରେ ଏତଲା ରୁଜୁ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି।