ପିପିଲି ଉପନିର୍ବାଚନ: ଗୋଟିଏ ଦଳରୁ ସର୍ବାଧିକ ୨୦ ଜଣ ଷ୍ଟାର କ୍ୟାମ୍ପେନର ରହିବେ, ନିୟମ ଖିଲାପ କଲେ ପ୍ରଚାର ଅନୁମତି ମିଳିବନି

କେନ୍ୟୁଜ୍(ବ୍ୟୁରୋ):  ସେପ୍ଟେମ୍ବର ୩୦ରେ ପିପିଲି ଫାଇଟ୍‌ । ଉପନିର୍ବାଚନ ପାଇଁ  ଘୋଷଣା ହେଲା ତାରିଖ । ଅକ୍ଟୋବର ୩ରେ ଭୋଟ ଗଣତି । ଆସନ୍ତା ୬ ତାରିଖରେ ମତଦାନ ପାଇଁ ବାହାରିବ ବିଜ୍ଞପ୍ତି । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଆସନ ଖାଲି ପଡ଼ିଥିଲା । ପୂର୍ବରୁ ଦୁଇ ଦୁଇ ଥର ଘୁଞ୍ଚିଥିଲା ଉପନିର୍ବାଚନ । ଏବେ ସମ୍ପୂର୍ଣ୍ଣ କୋଭିଡ୍‌ କଟକଣାରେ ଭୋଟ୍‌ ନିଆଯିବ । ରାଜ୍ୟରେ ଏବେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ରହିଛି । ନିର୍ବାଚନ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ କମିଶନଙ୍କୁ ଜଣାଇଥିଲେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ପୂର୍ବରୁ ପିପିଲି ଉପନିର୍ବାଚନ ପାଇଁ ୧୦ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ତେଣୁ ଏବେ ଆଉ ସାନି ନାମାଙ୍କନ ହେବ ନାହିଁ ।

ନଜର ପକାନ୍ତୁ କୋଭିଡ୍‌ କଟକଣାରେ କିଭଳି ମତଦାନ ଅନୁଷ୍ଠିତ ହେବ :

  • ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଓ ପରେ ସାଧାରଣ ସଭା ହେବନି ।
  • ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟର ୧୦୦ ମିଟର ଭିତରେ ତିନିଟି ଗାଡି ଆସିପାରିବ ।
  • କୌଣସି ଶୋଭାଯାତ୍ରାକୁ ଅନୁମତି ନାହିଁ ।
  • ପ୍ରଚାର ସମୟରେ ଇନଡୋର ମିଟିଂରେ କ୍ଷମତା ୩୦ ପ୍ରତିଶତ କିମ୍ବା ସର୍ବାଧିକ ୨୦୦ ଲୋକ ରହିପାରିବେ ।
  • ବାହାର ପଡିଆରେ ୫୦ ପ୍ରତିଶତ କ୍ଷମତା କିମ୍ବା ସର୍ବାଧିକ ୫୦୦ ଲୋକଙ୍କୁ ସାମିଲ ଅନୁମତି ମିଳିବ ।
  • ଦଳର ଷ୍ଟାର କ୍ୟାମ୍ପେନର ପ୍ରଚାରରେ ସାମିଲ ହୋଇପାରିବେ ସର୍ବାଧିକ ୧୦୦୦ ଲୋକ ।
  • ଷ୍ଟାର କ୍ୟାମ୍ପେନରଙ୍କ ସଂଖ୍ୟା ୨୦ରୁ ଅଧିକ ହେବ ନାହିଁ ।
  • ରୋଡ୍‌ ସୋ ହେବନି ।
  • ବାଇକ ଓ ସାଇକେଲ ରାଲି ବନ୍ଦ ।
  • ସାହିସଭାରେ ୫୦ ଲୋକଙ୍କୁ ଅନୁମତି ରହିଛି ।
  • ପ୍ରାର୍ଥୀଙ୍କୁ ମିଶାଇ ମାତ୍ର ୫ ଜଣ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ କରିପାରିବେ ।

ନିର୍ବାଚନରେ କାମରେ ନିୟୋଜିତ ସମସ୍ତ କର୍ମଚାରୀ୪ ଟିକାର ଦୁଇଟି ଡୋଜ୍‌ ନେଇଥିବେ । ୭୨ ଘଣ୍ଟା ପୂର୍ବରୁ ପ୍ରଚାର ଶେଷ ହେବ । ରାଜନୈତିକ ଦଳ, ପ୍ରାର୍ଥୀ ବା ଷ୍ଟାର କ୍ୟାମ୍ପେନର ନିୟମର ଉଲ୍ଲଂଘନ କଲେ ସେମାନଙ୍କୁ ପ୍ରତାର ଅନୁମତି ଦିଆଯିବନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.