ବାଜିଲା ବିଗୁଲ: ମେ ୩୧ରେ ବ୍ରଜରାଜନଗର ଉପନିର୍ବାଚନ, ଜୁନ୍‍ ୩ରେ ହେବ ଗଣତି

ଭୁବନେଶ୍ବର(କେନ୍ୟୁଜ୍): ବ୍ରଜରାଜନଗର ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି। ମେ’୩୧ରେ ଭୋଟିଂ ହେବ। ଜୁନ ୩ ତାରିଖରେ ଗଣତି ରହିଛି। ଉପନିର୍ବାଚନ ପାଇଁ ୪ ମେ’ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ମେ’ ୧୧। ପ୍ରାର୍ଥିପତ୍ର ଯାଞ୍ଚ ୧୨ ମେ’ରେ ରହିଛି। ୧୭ ମେ’ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ୩୧ ମେ’ରେ ଭୋଟିଂ ହେବାକୁ ଥିବା ବେଳେ ଗଣତି ହେବ ଜୁନ ୩ ତାରିଖରେ। ବ୍ରଜରାଜନଗର ବିଧାୟକ ଥିବା କିଶୋର ମହାନ୍ତିଙ୍କର ଦେହାନ୍ତ ପରେ ଏହି ଆସନଟି ଖାଲି ପଡିଥିଲା। ଗତବର୍ଷ ଡିସେମ୍ବର ୩୧ ତାରିଖରେ କିଶୋର ମହାନ୍ତିଙ୍କ ଦେହାନ୍ତ ହୋଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.