ଧାମନଗର ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ଦାଖଲ ପ୍ରକ୍ରିୟା

ଭଦ୍ରକ(କେନ୍ୟୁଜ୍): ଧାମନଗର ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିବ । ୧୫ ତାରିଖରେ ଯାଞ୍ଚ ପରେ ୧୭ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ । ନଭେମ୍ବର ୩ରେ ମତଦାନ ରହିଛି । ନଭେମ୍ବର ୬ ତାରିଖରେ ଗଣତି ପରେ ବାହାରିବ ଫଳାଫଳ । ଧାମନଗର ବିଧାନସଭାରେ ମୋଟ ୨ ଲକ୍ଷ ୩୮ ହଜାର ୩୬୦ ଜଣ ଭୋଟର ଅଛନ୍ତି ।

ସେଥି ମଧ୍ୟରୁ ୧ ଲକ୍ଷ ୨୩ ହଜାର ୧୩ ଜଣ ପୁରୁଷ ଓ ୧ ଲକ୍ଷ ୧୫ ହଜାର ୩୧୪ ଜଣ ମହିଳା ଭୋଟର ଅଛନ୍ତି । ମୋଟ ୨୫୨ ବୁଥ ରହିଛି । ଏଥିମଧ୍ୟରୁ ୫୦ ପ୍ରତିଶତ ବୁଥରେ େଓ୍ଵବ କାଷ୍ଟିଂ ହେବ । ୧୪ ତାରିଖ ସୁଦ୍ଧା ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ଭିନ୍ନକ୍ଷମ ବ୍ୟକ୍ତି ଭୋଟ ଦେବା ଆବେଦନ କଲେ ଘରେ ଭୋଟ ଦେଇପାରିବେ । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.