ଭୁବନେଶ୍ୱର କ୍ଲବର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଜାରି, ଭୋଟ୍‌ ଦେଉଛନ୍ତି ସମସ୍ତ ସଦସ୍ୟ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀର ପ୍ରତିଷ୍ଠିତ କ୍ଲବ ଭୁବନେଶ୍ୱର କ୍ଲବର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଜାରି । ସମସ୍ତ ସଦସ୍ୟ ଭୋଟ୍‌ ଦେଉଛନ୍ତି । ଦିନ ୧୨ଟାରୁ ନିର୍ବାଚନ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ସଭାପତି ପଦ ପାଇଁ ଲଢୁଛନ୍ତି ଦୁଇ ପୂର୍ବତନ ଆଇଏଏସ ଅଫିସର ଅସିତ ତ୍ରିପାଠୀ ଓ ସତ୍ୟ ପ୍ରକାଶ ନନ୍ଦ । ଅସିତଙ୍କ ପ୍ୟାନେଲରେ ଉପସଭାପତି ଭାବେ ମହେନ୍ଦ୍ର ଗୁପ୍ତା, ସଂପାଦକ-ଦିଲ୍ଲୀପ ରାଉତରାୟ, ଯୁଗ୍ମ ସଂପାଦକ ପଦରେ ଅଶୋକ କୁମାର ମିଶ୍ର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ସେହିପରି ସତ୍ୟ ପ୍ରକାଶ ନନ୍ଦଙ୍କ ପ୍ୟାନେଲରେ ଉପସଭାପତି ପାଇଁ ତପେସ୍‌ ରାୟ, ସମ୍ପାଦକ ପଦ ପାଇଁ ମାନସ ରଞ୍ଜନ ରାୟ ଓ ଯୁଗ୍ମ ସମ୍ପାଦକ ପାଇଁ ଜ୍ୟୋତିର୍ମୟ ମହାନ୍ତି ପ୍ରତିଦ୍ୱନ୍ଦିତା କରୁଛନ୍ତି । ଅସିତ ତ୍ରିପାଠୀ ଏବେ ଭୁବନେଶ୍ୱର କ୍ଲବ ସଭାପତି ଅଛନ୍ତି । ଦ୍ୱିତୀୟ ଇନିଂସ ପାଇଁ ଲଢୁଛନ୍ତି ଅସିତ । ୧୯୪୮ ମସିହାରେ ଭୁବନେଶ୍ୱର କ୍ଲବ ପ୍ରତିଷ୍ଠା ହୋଇଥିଲା । ୨୦୨୧ରେ ନିର୍ବାଚନରେ ସଭାପତି ଭାବେ ଅସିତ ତ୍ରିପାଠୀ ନିର୍ବାଚିତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.