ବ୍ରହ୍ମପୁର ମେଣ୍ଡରାଜପୁରରେ ବସ୍‌ ଦୁର୍ଘଟଣା ପାଇଁ ଶକ୍ତି ବିଭାଗ ଦାୟୀ, ଗ୍ରାଉଣ୍ଡ ରିଏଲଟିରୁ ଫେରିବା ପରେ ପ୍ରତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ

ବ୍ରହ୍ମପୁର : ବ୍ରହ୍ମପୁର ମେଣ୍ଢରାଜପୁରରେ ବିଦ୍ୟୁତ ତାର ଲାଗି ଘଟିଥିବା ବସ୍‌ ଦୁର୍ଘଟଣା ପାଇଁ ଶକ୍ତି ବିଭାଗ ଦାୟୀ । ଗତକାଲି ଦୁର୍ଘଟଣାସ୍ଥଳ ବୁଲି ଦେଖିବା ପରେ ଆଜି ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ପରିବହନ ବିଭାଗ ଦେଇଥିବା ତଦନ୍ତ ରିପୋର୍ଟ ଉପରେ ତର୍ଜମା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଘରୋଇ ବସ୍‌ ମାଲିକ ସଂଘ ସହ ଆଲୋଚନା କରାଯିବ।

busମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦୁର୍ଘଟଣାସ୍ଥଳ ବୁଲି ଦେଖିଥିଲେ। କିଭଳି ବସ୍‌ ଦୁର୍ଘଟଣା ଘଟିଥିଲା ସେ ନେଇ ସ୍ଥାନୀୟ ବାସିନ୍ଦାଙ୍କୁ ପଚାରି ବୁଝିଥିଲେ । ଏହା ପରେ ଦୁଇ ମନ୍ତ୍ରୀ ଡଙ୍କଲପାଡୁ ଗାଁକୁ ଯାଇ ବସ ଦୁର୍ଘଟଣାରେ ମୃତକଙ୍କ ପରିବାରଙ୍କୁ ଭେଟିଥିଲେ । ସେମାନଙ୍କୁ କିପରି ବିଭିନ୍ନ ସରକାର ସହାୟତା ମିଳିବ, ସେ ନେଇ ଦୁଇ ମନ୍ତ୍ରୀ ଗାଁ ଲୋକଙ୍କ ସହ କଥା ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.