ଆସନ୍ତା ୧୬ତାରିଖ ସୁଦ୍ଧା ବକେୟା ବିଲ ପୈଠ ନକଲେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯିବା ନେଇ ସେସୁର ପ୍ରଚାର ପରେ ଉପଭୋକ୍ତାମାନେ ଏବେ ଚିନ୍ତାରେ । ଏନେଇ କଟକ ଜିଲ୍ଲା ମାହାଙ୍ଗାର କିଛି ବିଦ୍ୟୁତ ଉପଭୋକ୍ତା ସେସୁ କମ୍ପାନି ନିଷ୍ପତ୍ତିକୁ ବିରୋଧ କରିବା ସହ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଏପରିକି ବର୍ଷ ବର୍ଷ ଧରି ବିଦ୍ୟୁତ୍ ବିଲ୍ ଆଦାୟ କରୁନଥିଲା ବିଦ୍ୟୁତ ବିଭାଗ । ହଠାତ୍ ଆଦାୟର ନିଷ୍ପତ୍ତି ନେଇଥିବାରୁ ଉପଭୋକ୍ତା ଚିନ୍ତାରେ । ଆଗକୁ ପିଲାଙ୍କ ପରୀକ୍ଷା । ବିଦ୍ୟୁତ କାଟ ହେଲେ ପିଲାଙ୍କ ପାଠ ପଢାରେ ବ୍ୟାହତ ହେବ ଏବଂ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଏପଟେ ବକେୟା ବିଦ୍ୟୁତ ବିଲକୁ ଧୀରେ ଧୀରେ ଉପଭୋକ୍ତାମାନେ ଦେବାକୁ କହିଛନ୍ତି । ଏକକାଳୀନ ବିଦ୍ୟୁତ ବିଲ ଦେବାକୁ କେହି ରାଜି ହେଉନାହାଁନ୍ତି । ଭୁଲ ହୋଇଥିବା ବିଦ୍ୟୁତ ବିଲ୍କୁ ସଂଶୋଧନ କରାଯିବା ପାଇଁ ମଧ୍ୟ ଦାବି ହୋଇଛି ।